Odisha News: ଭୁବନେଶ୍ୱର: ପୂର୍ବତଟ ରେଳବାଇ ପକ୍ଷରୁ ୪ ଏକ୍ସପ୍ରେସ ଟ୍ରେନର ଦିଗପରିବର୍ତ୍ତନ କରାଯାଇଛି। ଅର୍ଥାତ ଏହି ଟ୍ରେନଗୁଡ଼ିକ ଏହାର ନିର୍ଦ୍ଧାରିତ ଗତିପଥରେ ଯିବା ଆସିବା କରିବେ ନାହିଁ। କଟକ-କେନ୍ଦ୍ରାପଡ଼ା ମଧ୍ୟରେ ଚାନେଲ୍‍ ସ୍ଲିପର ବ୍ଲକ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ଆଜିଠାରୁ  ୨ ମାସ ଅର୍ଥାତ୍‍ ଡିସେମ୍ବର ୩୧ ତାରିଖ ଯାଏ ଏହି ଭଳି ବିକଳ୍ପ ଲାଇନରେ ସମ୍ପୃକ୍ତ ୪ ଟ୍ରେନ ଚଳାଚଳ କରିବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଖୋର୍ଦ୍ଧା ରୋଡ୍‍ ଡିଆରଏମ୍‍  ସୂଚନା ଅନୁସାରେ ପ୍ରଭାବିତ ହେବାକୁ ଥିବା ୪ ଟ୍ରେନ ହେଲା: ୧୮୪୧୬ ପୁରୀ-ବଡ଼ବିଲ ଏକ୍ସପ୍ରେସ, ଏବଂ ୧୮୪୧୫ ବଡ଼ବିଲ-ପୁରୀ ଏକ୍ସପ୍ରେସ, ୧୮୧୨୫ ରାଉରକେଲା-ପୁରୀ- ଏକ୍ସପ୍ରେସ ଏବଂ ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ। 


ପୂର୍ବରୁ ପୁରୀ-ବଡ଼ବିଲ ଏକ୍ସପ୍ରେସ ବାରଙ୍ଗ-କଟକ-କପିଳାସ ଦେଇ ଯାତାୟାତ କରୁଥିଲା। ଏବେ ନରାଜ -ମାର୍ଥାପୁର ଦେଇ ଯାତାୟାତ କରିବ। 
ଠିକ ସେହିପରି ରାଜ ଆଠଗଡ଼-ନିର୍ଗୁଣ୍ଡି-କଟକ-ବାରଙ୍ଗ ଦେଇ ଯାତାୟାତ କରୁଥିବା ରାଉରକେଲା-ପୁରୀ ଏକ୍ସପ୍ରେସ ଏହି ଦୁଇମାସ  ରାଜ ଆଠଗଡ଼- ରାଧାକିଶୋରପୁର- ନରାଜ- ମାର୍ଥାପୁର ରାସ୍ତା ଦେଇ ଯାତାୟାତ କରିବ। 


ଏହି ସମୟରେ ନରାଜ ମାର୍ଥାପୁର ଷ୍ଟେସନଠାରେ ପ୍ରତିଟି ଏକ୍ସପ୍ରେସକୁ ୫ ମିନିଟ ରହଣୀ ଦିଆଯିବ ବୋଲି ରେଳ କର୍ତ୍ତୃପକ୍ଷ ଜଣାଇଛନ୍ତି। ଅର୍ଥାତ୍‍ ଏହି ଅବଧିରେ  ଯାତ୍ରୀମାନେ ଟ୍ରେନରେ ପ୍ରବେଶ କରିବେ ବା ଓହ୍ଲାଇପାରିବେ।