ସେପ୍ଟେମ୍ୱରରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦରେ ୪୨.୭୪% ଅଭିବୃଦ୍ଧି
GST Collection: ଚଳିତ ସେପ୍ଟେମ୍ୱର ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୧୬୫୧.୫୮ କୋଟି ଟଙ୍କା ସଂଗ୍ରହ କରିଛି । ଯାହା କି, ପୂର୍ବରୁ ୨୦୨୨ ମସିହା ସେପ୍ଟେମ୍ୱର ମାସରେ ୧୧୫୭.୦୮ କୋଟି ଟଙ୍କା ଥିଲା ।
GST Collection: ୨୦୨୩ ମସିହା ସେପ୍ଟେମ୍ୱର ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା ବାବଦକୁ ଓଡ଼ିଶା ୧୬୫୧.୫୮ କୋଟି ଟଙ୍କା (1651.58 crores) ସଂଗ୍ରହ କରିଛି । ଯାହା କି, ପୂର୍ବରୁ ୨୦୨୨ ମସିହା ସେପ୍ଟେମ୍ୱର ମାସରେ ୧୧୫୭.୦୮ କୋଟି (1157.08 crores) ଟଙ୍କା ଥିଲା । ଏବର୍ଷ ଏହି ଦିଗରେ ୪୨.୭୪ ପ୍ରତିଶତ ଅଭିବୃଦ୍ଧି (42.74 percent growth) ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ୱର ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା (State GST and Integrated GST Act) ବାବଦକୁ ୧୦୪୪୦.୭୪ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଏ କ୍ଷେତ୍ରରେ ବୃଦ୍ଧି ହାର ରହିଛି ୨୩.୨୪ ପ୍ରତିଶତ ।
ଅପରପକ୍ଷରେ ୨୦୨୩ ମସିହା ସେପ୍ଟେମ୍ୱର ମାସରେ ରାଜ୍ୟ ଜିଏସଟି ବାବଦକୁ ୧୧୯୭.୩୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବାବେଳେ ୨୦୨୨ ମସିହା ସେପ୍ଟେମ୍ୱର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୯୨୬.୯୬ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୨୯.୧୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ ହୋଇପାରିଛି । ଯଦି ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ୱିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ ବା ସେସ) ସଂଗ୍ରହ କଥା ବିଚାର କରାଯାଏ, ତେବେ ଦେଖାଯିବ ଯେ, ଏ ବାବଦରେ ୨୦୨୩ ମସିହା ସେପ୍ଟେମ୍ୱର ମାସରେ ଓଡ଼ିଶା ୪୨୪୯.୧୨ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ଗତବର୍ଷ ସେପ୍ଟେମ୍ୱର ମାସରେ ଏହି ସଂଗ୍ରହର ପରିମାଣ ଥିଲା ୩୭୬୫.17 କୋଟି ଟଙ୍କା । ଏ କ୍ଷେତ୍ରରେ ୧୨.୮୫ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା, ଜିଏସଟି, ଭାଟ, ପ୍ରବେଶ ଶୁଳ୍କ, ଓ ବୃତ୍ତିଗତ ଟିକସ (Professional Tax) ଅଧିନରେ ୨୦୨୩ ମସିହା ସେପ୍ଟେମ୍ୱର ମାସରେ ୨୬୩୮.୧୭ କୋଟି ଟଙ୍କା ସଂଗ୍ରୁହୀତ ହୋଇଥିବାବେଳେ ଗତବର୍ଷ ସେପ୍ଟେମ୍ୱର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୦୭୦.୨୬ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୨୭.୪୩ ପ୍ରତିଶତ । ଚଳିତ ବର୍ଷ ସେପ୍ଟେମ୍ୱର ମାସରେ ୨୦.୬୬ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବାବେଳେ ଗତବର୍ଷ ଏହି ସମୟରେ ୧୭.୬୬ ଲକ୍ଷ ଇୃୱେବିଲ ନିର୍ଗମନ କରାଯାଇଥିଲା । ଫଳରେ ଇ-ୱେବିଲ ନିର୍ଗମନରେ ୧୬.୯୮ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।
Also Read- Money Making Tips: ନବରାତ୍ରୀରୁ ଦୀପାବଳି ଯାଏ ଭଲ ଚାଲିବ ଏହି ବ୍ୟବସାୟ, ହେବ ଭଲ ରୋଜଗାର
Also Read- Bhagavad Gita On Cloth: ଶାଢୀରେ ଗୀତାର ଶ୍ଲୋକ ବୁଣି ଚର୍ଚ୍ଚାକୁ ଆସିଲେ ୬୨ ବର୍ଷିୟା ମହିଳା