ଗଞ୍ଜାମ: ବିଜୁ ଜନତା ଦଳ (BJD)ରେ ଯୋଗଦାନ କରିବା ପରେ ଗଞ୍ଜାମ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି ୫ ଟି ଅଧକ୍ଷ ଭିକେ ପାଣ୍ଡିଆନ (5 t chairman vk pandian) । ସେ ସୋମବାର ବିଦ୍ଧିବଧ ଭାବେ ନବୀନ ନିବାସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik)ଙ୍କ ଉପସ୍ଥିତିରେ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସମ୍ପାଦକ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜେଡି ଉପସଭାପତି ଦେବୀ ପ୍ରସାଦ, ବିଧାୟିକା ସ୍ନେହାଙ୍ଗୀନ ଛୁରିଆଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିଲେ । ଏହା ପରେ ସେ ଶଙ୍ଖ ଭବନକୁ ଯାଇ ଦଳୀୟ ନେତା ଓ କର୍ମୀ ମାନଙ୍କ ସହ ମିଶିଥିଲେ। ଏହି ସମୟରେ ସମସ୍ତେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହାପରେ ଶଙ୍ଖଭବନରୁ ସିଧା ଗଞ୍ଜାମ ଗସ୍ତ କରି ମା’ ତାରାତାରିଣୀଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଆଶୀର୍ବାଦ ନେଇଛନ୍ତି ଭିକେ ପାଣ୍ଡିଆନ । ଦର୍ଶନ ବେଳେ ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ସାମିଲ ଥିଲେ । ଏହାସହ ମନ୍ଦିର ବାହାରେ ବହୁ ସଂଖ୍ୟାରେ ଦଳୀୟ ନେତା କର୍ମୀ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫ ଟି ଅଧକ୍ଷଙ୍କ ଏହି ଗସ୍ତ ସମୟରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟକ ପ୍ରଣବ ବଳବନ୍ତ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ଲତିକା ପ୍ରଧାନ, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣି ବୈଦ୍ୟ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି, ଦଳୀୟ ନେତୃବୃନ୍ଦ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।


Also Read- ମୁସଲିମ ପରିବାର ଗ୍ରହଣ କଲେ ହିନ୍ଦୁ ଧର୍ମ, ନାମକୁ କଲେ ପରିବର୍ତ୍ତନ


Also Read- ଡାର୍ଲିଙ୍ଗ୍ସ ପାଇଁ ଫିଲ୍ମଫେୟାର OTT ଆୱାର୍ଡ଼ରେ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ଜିତିଲେ ଆଲିଆ ଭଟ୍ଟ