Odisha News: ଭୁବନେଶ୍ୱର:  ଫେବୃୟାରୀ ମଧ୍ୟଭାଗରେ  ରାଜ୍ୟର ସର୍ବବୃହତ୍‍ ଆନ୍ତଃ ରାଜ୍ୟ ବସ୍‍ ଟର୍ମିନାଲ୍‍ ବରମୁଣ୍ଡା ବସ୍‍ଷ୍ଟାଣ୍ଡ(ISBT Baramunda project) ଉଦ୍‍ଘାଟନ ହେବ। ଆଜି ୫-ଟି ଅଧ୍ୟକ୍ଷ (5T Chairman vk Pandian ) ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଏହି ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ବସ୍‍ଷ୍ଟାଣ୍ଡରେ (ISBT Baramunda project) ଆଗନ୍ତୁକଙ୍କୁ ସମ୍ପୂର୍ଣ୍ଣ ଓଡ଼ିଆରେ ସୂଚନା ଦେବା ଲାଗି ଆବଶ୍ୟକ ବ୍ୟବସ୍ଥା ହେବ। ଏହାଛଡ଼ା ବସ୍‍ରୁ ଓହ୍ଲାଇବା ପରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଲାଗି ପ୍ରିପେଡ୍‍ ଟ୍ୟାକ୍ସି ଓ ଅଟୋ ଷ୍ଟାଣ୍ଡ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Odisha News: ଫେବୃଆରୀ ୧୮ ଆରମ୍ଭ ହେବ ଯାତ୍ରା ମହାସମର, ଜାଣନ୍ତୁ କେଉଁ ଦିନ କେଉଁ ନାଟକ ହେବ ପରିବେଷଣ?


ଏହା ରାଜ୍ୟର ସର୍ବ ବୃହତ୍‍ ବସ୍‍ ଟର୍ମିନାଲ୍‍ ହେବ। ବିମାନବନ୍ଦର ଭଳି ଏଠାରେ ସୁବିଧା ଉପଲବ୍ଧ କରାଯିବ। ଏଥିଲାଗି ଏକ ଉନ୍ନତ ଅପରେସନ୍‍ କଣ୍ଟ୍ରୋଲ୍‍ ରୁମ୍‍ ବା ଓସିସି ଗଠନ କରାଯାଇଛି। ବସ୍‍ ରହଣୀ ସହ ଯାତ୍ରୀଙ୍କ ପାଇଁ ବିଶ୍ରାମ କକ୍ଷ, ପରିମଳ ବ୍ୟବସ୍ଥା, ଅପେକ୍ଷା ଗୃହ ଆଦିକୁ ଶ୍ରୀ ପାଣ୍ଡିଆନ୍‍ ସମୀକ୍ଷା କରିଛନ୍ତି। ଦେଢ଼ ଏକର ଜମିରେ ଏହି ବସ୍‍ଷ୍ଟାଣ୍ଡ ନିର୍ମାଣ କରାଯାଇଛି। ପାର୍କିଂ ସାଙ୍ଗକୁ ରେଷ୍ଟୁରାଣ୍ଟ, ଫୁଡ୍‍ କୋର୍ଟ ସୁବିଧା ରହିବ। ଏହାସହ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ଏଠାରେ ବିକାଶ କରାଯାଇଛି।