Odisha News: ଫେବୃଆରୀ ୧୮ ଆରମ୍ଭ ହେବ ଯାତ୍ରା ମହାସମର, ଜାଣନ୍ତୁ କେଉଁ ଦିନ କେଉଁ ନାଟକ ହେବ ପରିବେଷଣ?
Advertisement
Article Detail0/zeeodisha/odisha2085413

Odisha News: ଫେବୃଆରୀ ୧୮ ଆରମ୍ଭ ହେବ ଯାତ୍ରା ମହାସମର, ଜାଣନ୍ତୁ କେଉଁ ଦିନ କେଉଁ ନାଟକ ହେବ ପରିବେଷଣ?

Odisha News: କିଛି ଦିନ ପରେ ଚଳ ଚଞ୍ଚଳ ହୋଇପଡି଼ବ ଖଣ୍ତଗିରି (Khandagiri)। କାହିଁକିନା ଆରମ୍ଭ ହେବାକୁ ଯାଉଛି ଖଣ୍ତଗିରିର ପ୍ରସିଦ୍ଧ କୁମ୍ଭମେଳା (Khandagiri Kumbha Mela)। ଫେବୃଆରୀ ୧୬ ତାରିଖରୁ ଖଣ୍ତଗିରିର କୁମ୍ଭମେଳା ଆରମ୍ଭ ହେବାକୁ ଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର (jatra mahasamar)। 

Odisha News: ଫେବୃଆରୀ ୧୮ ଆରମ୍ଭ ହେବ ଯାତ୍ରା ମହାସମର, ଜାଣନ୍ତୁ କେଉଁ ଦିନ କେଉଁ ନାଟକ ହେବ ପରିବେଷଣ?

Odisha News: କିଛି ଦିନ ପରେ ଚଳ ଚଞ୍ଚଳ ହୋଇପଡି଼ବ ଖଣ୍ତଗିରି (Khandagiri)। କାହିଁକିନା ଆରମ୍ଭ ହେବାକୁ ଯାଉଛି ଖଣ୍ତଗିରିର ପ୍ରସିଦ୍ଧ କୁମ୍ଭମେଳା (Khandagiri Kumbha Mela)। ଫେବୃଆରୀ ୧୬ ତାରିଖରୁ ଖଣ୍ତଗିରିର କୁମ୍ଭମେଳା ଆରମ୍ଭ ହେବାକୁ ଥିବା ବେଳେ ୧୮ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାସମର (jatra mahasamar)। ଖଣ୍ତଗିରି ଯାତ୍ରା ମହାସମରରେ ଓଡି଼ଶାର ୭ଟି ଯାତ୍ରା କମିଟି  ମାଧ୍ୟମରେ ଓଡିଶାର ୧୩ ଟି ବଛାବଛା  ଅପେରା ପାର୍ଟି  (jatra patry) ଅଂଶ ଗ୍ରହଣ କରିବେ।  ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମଡୁମା) ମଂଚରେ ୩ଟି ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ। ୧୮ରୁ ୨୦ ତାରିଖ ଯାଏଁ ସାଇ ସମ୍ରାଟ୍ ,୨୨ରୁ ୨୪ ଯାଏଁ  ଅଶୋକ ସମ୍ରାଟ୍ ଓ ୨୪ ରୁ ୨୯ ପର୍ଯ୍ୟନ୍ତ ନାଟକ ପରିବେଷଣ କରିବେ। 

ସାଇ ସମ୍ରାଟର 'ଦେବଦାସୀ', ଅଶୋକ ସମ୍ରାଟ 'ରକ୍ତ ସମ୍ପର୍କ', ତୁଳସୀ ଗଣନାଟ୍ୟର 'ଅଧ ରାତିର ସାଥୀ' ଓ 'ସିନ୍ଦୁର ହଜିଗଲା ଶୁଭ ରାତିରେ' ନାଟକୁ ନେଇ ମଇଦାନକୁ ଓହ୍ଲାଇବ।  ସନାତନ ସେବା ସମିତି(ଖଣ୍ତଗିରି-ଘାଟିକିଣା) ମଂଚରେ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ  କୋଣାର୍କ ଗଣନାଟ୍ୟର 'ସେଇ ଗୋଟିଏ ଭୁଲ୍ ପାଇଁ', ଓ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ  ସୂର୍ଯ୍ୟ ମନ୍ଦିରର' ତୁ ରଜା ଝିଅ ମୁଁ ରିକ୍ସାବାଲା' ନାଟକ ପରିବେଷଣ କରିବେ।  ସେହିପରି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ (ଖଣ୍ତଗିରି-ଜାଗମରା) ମଂଚରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ୧୮ ରୁ ୨୨ ଯାଏଁ  ଓ ଶିବାନୀ ଗଣନାଟ୍ୟ ୨୩ ରୁ ୨୯ ଯାଏଁ  ଯାତ୍ରା ପରିବେଷଣ କରିବେ। 

କଳିଙ୍ଗର 'କାନ୍ଦେନାରେ ବାଇମନ' ଓ ଶିବାନୀ 'ଗାନ୍ଧୀ ଭୂମିକାରେ କହ୍ନେଇ ଦାସ' ନାଟକକୁ ନେଇ  ମଇଦାନକୁ ଓହ୍ଲାଇବ।  ମା ମଙ୍ଗଳା ଯୁବ ପରିଷଦ ଅଞ୍ଚଳରେ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ  ଦୁର୍ଗା ମନ୍ଦିର 'କେନ୍ଦେନାରେ ଲୁହ ସରିଯିବ', ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ବର୍ଣ୍ଣ ମହଲ 'କେତେ ଦୁଃଖ ଦେବୁ ଦେ...ରେ କାଳିଆ ' ନାଟକ ଦର୍ଶକଙ୍କୁ ଭେଟିଦେବ।  ଜୟଦୁର୍ଗା ସାଂସ୍କୃତିକ ମଂଚରେ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଗୌରୀ ଗଣନାଟ୍ୟ ଓ ୨୪ରୁ ୨୯ ଯାଏଁ ସ୍ବପ୍ନ ମହଲ ଯାତ୍ରା ପରିବେଷଣ କରିବେ। ସେହିପରି ସାଇ ନିଳାଦ୍ରୀ ଯାତ୍ରା କମିଟି ମାଧ୍ୟମରେ ରଙ୍ଗମହଲ ଖଣ୍ତଗିରି ଯାତ୍ରା ମହସମରରେ ପାଦଦେବ।  'ଜହ୍ନରେ ତୋଳିଛି ଘର', 'ମୁଁ ଗୋଟିଏ ଝିଅର ବାପା' ନାଟକକୁ ନେଇ ବିଶ୍ବ ରଙ୍ଗ ମହଲ ମଇଦାନକୁ ଓହ୍ଲାଇବ। ସେହିପରି ନୀଳକଣ୍ଠେଶ୍ବର ଯାତ୍ରା କମିଟି (ବରମୁଣ୍ତା) ମଞ୍ଚରେ ଚଳିତ ବର୍ଷ ନାଟକ ପରିବେଷଣ ହେବ। 

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପ୍ରତି ବର୍ଷ ମାଘ ସପ୍ତମୀରୁ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ବ୍ୟାପୀ ଖଣ୍ଡଗିରି ମେଳା ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଏହି ମେଳା ଖଣ୍ଡଗିରିରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସାଧୁସନ୍ଥଙ୍କ ଆଗମନ ହୋଇଥାଏ । ଖଣ୍ଡଗିରିରେ ଥିବା ବହୁ ପୁରାତନ ଗୁମ୍ପାଗୁଡିକରେ ସାଧୁସନ୍ଥମାନେ ତପସ୍ୟା କରିଥାନ୍ତି । ଏହି କୁମ୍ଭମେଳା ବା ଖଣ୍ଡଗିରି ମେଳା ୧୯୯୩ ମସିହାରୁ ହରିଓମ୍ ବାବା ମଠ ଏହି ମେଳାକୁ ପରିଚାଳିତ କରିଆସୁଛି । ତେବେ ଗତ ବର୍ଷ ମେଳାକୁ ଆସିଥିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ୭୫୭ ସାଧୁସନ୍ଥ । ଚଳିତବର୍ଷ ଆହୁରି ଅଧିକ ସାଧୁସନ୍ଥଙ୍କ ସମାଗମ ହେବ ବୋଲି ଆଶା କରାଯାଇଛି ।