ଭୁବନେଶ୍ଵର: ରାଜ୍ୟ ସରକାର ୭୫ଟି ଗ୍ରାମ ପଞ୍ଚାୟତକୁ ଏନ୍‍ଏସି ଭାବେ ଘୋଷଣା କରିବାକୁ ଯାଉଛନ୍ତି। ଅର୍ଥାତ୍‍ ଏହିସବୁ ପ୍ରମୁଖ ଗ୍ରାମ ପଞ୍ଚାୟତ ସହରାଞ୍ଚ ମାନ୍ୟତା ପାଇବ। ସହରାଞ୍ଚଳ ଭଳି ସ୍ଥାନୀୟ ସୁବିଧା ବି ମିଳିପାରିବ। ଏନେଇ ସରକାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତ। ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ତାଲିକାରେ ପୂର୍ବ ସରକାର ଘୋଷଣା କରିଥିବା ୫୭  ଏନ୍‍ଏସି ସହ ନୂଆକରି ଆଉ ୧୮ ଏନ୍‍ଏସି ନାଁ ଯୋଡ଼ାଯାଇଛି। 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି, କୌଣସି ଅଞ୍ଚଳକୁ ଏନଏସି ଘୋଷଣା କରିବା ପାଇଁ ନିର୍ଦ୍ଧିଷ୍ଟ ବିଧି ବ୍ୟବସ୍ଥା, ମାନଦଣ୍ଡ ରହିଛି । ଏହି ଅନୁସାରେ ପ୍ରାଥମିକ ଭାବେ ଓଡ଼ିଶା ପୌର ଅଧିନିୟମ, ୧୯୫୦ ଏବଂ ଗ୍ରାମୀଣ ସହର ନୀତିରେ ଥିବା ନିୟମାବଳୀକୁ ଯଦି କୌଣସି ଅଞ୍ଚଳ ପୂରଣ କରୁଥିବା ଆବଶ୍ୟକ। ଏହା ଥିଲେ କୌଣସି ଅଞ୍ଚଳକୁ ଏନଏସି ଘୋଷଣା କରିବାରେ କୌଣସି ଅସୁବିଧା ନାହିଁ। ତେବେ ଏଥିନେଇ ଜିଲ୍ଲାପାଳଙ୍କ ରିପୋର୍ଟ ନିତିନ୍ତ ଆବଶ୍ୟକ । ଜିଲ୍ଲାପାଳଙ୍କ ରିପୋର୍ଟ ହସ୍ତଗତ ହେବା ପରେ ବିଭାଗ ଏହାକୁ ତର୍ଜମା କରିବ । ଏହାପରେ ନୂଆ ଏନଏସି ପାଇଁ ବିଭାଗ ପଦକ୍ଷେପ ନେବ ବୋଲି  ଶ୍ରୀ ପାତ୍ର କହିଛନ୍ତି ।


ବିଧାୟକ ପ୍ରତାପ ଦେବ ଏବଂ ଗଣେଶ୍ୱର ବେହେରା ଗତ ନିର୍ବାଚନ ବେଳେ ରାଜ୍ୟରେ ଘୋଷିତ ୫୭ଟି ନୂଆ ଏନଏସିର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ବିଧି ଅନୁଯାୟୀ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନୂଆ ଏନଏସି ଘୋଷଣା କରାଯାଇଥାଏ । ତେବେ ଏହି ୫୭ ପ୍ରସ୍ତାବିତ ଏନଏସି ପାଇଁ ତତ୍କାଳୀନ ସରକାର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର  ଜିଲ୍ଲାପାଳଙ୍କ ବିନା ରିପୋର୍ଟରେ ଅତ୍ୟନ୍ତ ତରବରିଆ ଭାବେ ସରକାର ନୂଆ ଏନଏସି ନେଇ ଘୋଷଣା କରିଥିଲେ । ସେଥିଲାଗି ଏହି ଅଞ୍ଚଳ ଭାବଦରେ ସରକାର କିଛି ପଦକ୍ଷେପ ନେଇ ପାରୁ ନାହାନ୍ତି। ବର୍ତ୍ତମାନ ବିଭାଗ ପକ୍ଷରୁ ଉକ୍ତ ୫୭ ଏନଏସି ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିଲେ ବିଭାଗ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବ । ଏହାସହ ରାଜ୍ୟରେ ଆଉ ୧୮ଟି  ନୂଆ ଏନଏସି ପାଇଁ ରିପୋର୍ଟ ମଗାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି


Also Read- ମୁଁ ଅଭିନେତା ବୋଲି ମତେ ନେଇ ଚର୍ଚ୍ଚା ଚାଲିଛି, ମୋ ଝିଅ ବଡ଼ ହେଲେ ଜବାବ ଦବ- ମନୋଜ ମିଶ୍ର


Also Read- Lucky Zodiac Sign: ୧୦ ସେପ୍ଟେମ୍ୱରରେ ସର୍ବାର୍ଥ ସିଦ୍ଧ ଯୋଗ ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ