Advertisement
Photo Details/zeeodisha/odisha2422610
photoDetails0hindi

Lucky Zodiac Sign: ୧୦ ସେପ୍ଟେମ୍ୱରରେ ସର୍ବାର୍ଥ ସିଦ୍ଧ ଯୋଗ ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 10 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସେପ୍ଟେମ୍ବର ୧୦ ମଙ୍ଗଳବାର ଗଠିତ ଶୁଭ ଯୋଗ ପ୍ରଭାବରୁ ୫ ଟି ରାଶିର ବ୍ୟକ୍ତି ବିଶେଷ ଭାବେ ଉପକୃତ ହେବାକୁ ଯାଉଛନ୍ତି । ତେବେ କେଉଁ ରାଶିର ବ୍ୟକ୍ତି ଉପକୃତ ହେବେ ଆସନ୍ତୁ ଜାଣିବା ଜ୍ୟୋତିଷଙ୍କ ନିକଟରୁ ।

1/5

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ସଫଳତା ଆଣିଦେବ । ସଙ୍କଟମୋଚନ ପ୍ରଭୁ ହନୁମାନ ଆପଣଙ୍କ ଦୁଃଖ ଦୂର କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ । ଦିନଟିରେ ଆପଣ ଖୁସି ଅନୁଭବ କରିବେ । ପରିଶ୍ରମର ପୂର୍ଣ୍ଣ ଫଳାଫଳ ପାଇବେ । ବିନିଯୋଗ କ୍ଷେତ୍ରରେ ଦିନଟି ଅତ୍ୟନ୍ତ ଶୁଭ । ବ୍ୟବସାୟରେ ଅଧିକ ଲାଭ ପାଇବାକୁ ସକ୍ଷମ ହେବେ । ଜୀବନସାଥୀଙ୍କ ସହିତ ଘରୋଇ ଜିନିଷ କିଣିବାର ସୁଯୋଗ ମଧ୍ୟ ପାଇବେ । ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଥିଲେ ତାହାର ସମାଧାନ ହେବ ।

2/5

କନ୍ୟା ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ନିଷ୍ଠା ଏବଂ କଠିନ ପରିଶ୍ରମ କରିବା ଦ୍ୱାରା ଆପଣ ସଫଳତା ପାଇବେ । ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଅଟକି ରହିଥିବା ଟଙ୍କା ଫେରି ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାଯ୍ୟ କରିବାର ସୌଭାଗ୍ୟ ମିଳିବ । ଆପଣଙ୍କ ଭାବମୂର୍ତ୍ତିରେ ସକରାତ୍ମକ ପରିବର୍ତ୍ତନ ଆସିବ । ଭାଗିଦାରୀରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । ଘରେ ସୁଖଦ ପରିବେଶ ରହିବ ।

3/5

ତୁଳା ରାଶି

ଆପଣଙ୍କ ପାଇଁ ଏକ ଭୟ ମୁକ୍ତ ଦିନ ହେବାକୁ ଯାଉଛି । ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ । ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଯାଉଛି । ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇ ପାରନ୍ତି । ଯଦି ଆପଣ ରିଅଲ୍ ଇଷ୍ଟେଟ୍ ରେ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ଦିନଟି ଭଲ । ଟଙ୍କା ସଞ୍ଚୟ କରିବାରେ ଆପଣ ସମର୍ଥ ହେବେ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଆପଣ ମାନସିକ ଚାପରୁ ମୁକ୍ତ ରହିବେ । ପତି-ପତ୍ନୀଙ୍କ ମଧ୍ୟରୋ କୌଣସି ବିବାଦ ଥିଲେ ତାହା ସହଜରେ ସମାଧାନ ହୋଇଯିବ ।

4/5

ମକର ରାଶି

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଆପଣ ଯେଉଁ ସବୁ ଯୋଜନା କରିବେ ସେଥିରେ ଫଳପ୍ରଦ ହେବାର ଅଧିକ ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ଅଧିକ ହେବ । ଖର୍ଚ୍ଚ କମ ହେବା କାରଣରୁ ଆପଣ ଅଧିକ ସଞ୍ଚୟ କରିବାରେ ସମର୍ଥ ହେବେ । ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ । ଚାକିରି ଆଶାୟୀ ଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ । ଦୂରଯାତ୍ରାରୁ ଆପଣଙ୍କୁ ଶୁଭଫଳ ମିଳିବ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ ।

5/5

କୁମ୍ଭ ରାଶି

ଆପଣଙ୍କ ପାଇଁ ମଙ୍ଗଳବାର ସକରାତ୍ମକ ଫଳାଫଳ ଆଣିଦେବ । ଧାର୍ମିକ କାର୍ଯ୍ୟରେ ଜଡିତ ହୋଇପାରନ୍ତି । ଉଭୟ ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ସମ୍ମାନ ମିଳିବ । ଆପଣ ଅଧିକ ଟଙ୍କା ରୋଜଗାର କରିବାରେ ସମର୍ଥ ହେବେ । ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ଯିବାର ସୌଭାଗ୍ୟ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କରେ ବିବାଦ ଥିଲେ ତାହା ବୁଝାମଣା ମାଧ୍ୟମରେ ସମାଧାନ ହେବ । ଯଦି ଜମି କିମ୍ୱା ଘର କିଣିବାକୁ ଚାହୁଁଛନ୍ତି ଦେବେ ଦିନଟି ଶୁଭ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।