Odisha News: (ଅଜୟ କୁମାର ନାଥ) ଆଜି ସକାଳେ ଆଠଗଡ଼ ରୁ ଉଦ୍ଧାର ହୋଇଛି କାଜଲ ସାହାଣୀଙ୍କ ମୃତ ଦେହ। ଅଗ୍ନିଶମ ବିଭାଗ ଦ୍ୱାରା ଆଠଗଡ଼ ମହାନଦୀ ରୁ ମୃତ ଦେହକୁ ଉଦ୍ଧାର କରାଯାଇଛି। ସୂଚନା ଥାଉ କି ଗତ ୨୪ ତାରିଖ ସକାଳେ ସମ୍ବଲପୁର ମହାନଦୀ ର ଦ୍ଵିତୀୟ ସେତୁ ରୁ ଡେଇଁ ନବମ ଶ୍ରେଣୀର ହାଇସ୍କୁଲ ଛାତ୍ରୀ କାଜଲ ସାହାଣୀ ନିଖୋଜ ହୋଇଯାଇଥିଲେ। ଲଗାତାର ଭାବରେ ଅଗ୍ନିଶମ ବିଭାଗ ଦ୍ୱାରା ମହାନଦୀରେ ଖୋଜାଖୋଜି ଚାଲିଥିଲା। ୨୪ ତାରିଖ ସକାଳୁ ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ମନ୍ଦଲିଆର କାଜଲ ସାହାଣୀ ନାମକ ଜଣେ ଛାତ୍ରୀ ସକାଳ ପ୍ରାୟ ୬. ୪୫ ମିନିଟ ସମୟରେ ଚାଅଁରପୁର ମହାନଦୀ ବ୍ରିଜ ଉପରୁ ଡେଇଁ ପଡ଼ିଥିଲେ। ସେହି ଦିନ ଠାରୁ ସେ ନିଖୋଜ ରହିଥିଲେ।


COMMERCIAL BREAK
SCROLL TO CONTINUE READING

ଛାତ୍ରୀ ଜଣକ ଗୋଲବଜାର ନିକଟସ୍ଥ ଏକ ସରକାରୀ ସ୍କୁଲର ଛାତ୍ରୀ ଅଟନ୍ତି ବୋଲି ଜଣା ପଡିଛି। ସେ ଦିନ ସୂଚନା ପାଇ ସମ୍ବଲପୁର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ। କିନ୍ତୁ ପତ୍ତା ମିଳି ନ ଥିଲା ଯୁବତୀଙ୍କର। ତେବେ କେଉଁ କାରଣ ରୁ ଛାତ୍ରୀ ଜଣକ ମହାନଦୀକୁ ଡେଇଁଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ୨୪ ତାରିଖ ସକାଳୁ ଛାତ୍ରୀ ଜଣକ ଘରୁ ସ୍କୁଲ ଯିବାକୁ ବାହାରି ମହାନଦୀ କୁ ଆସି ଡେଇଁ ପଡ଼ିଥିଲେ ଦୀର୍ଘ ତିନିଦିନ ର ପରିଶ୍ରମ ପରେ ଆଜି ସକାଳେ ଛାତ୍ରୀ କାଜଲ ସାହାଣୀ ଙ୍କର ମୃତ ଦେହ ଠାବ କରାଯାଇଛି।