Crime News:(ଅଭୟ ମହାନ୍ତି) ସାଙ୍ଗରେ ଗୋଟାଏ କଲେଜରେ ପାଠ ପଢୁଥିଲେ ଆଉ ଧିରେ ଧିରେ ପ୍ରେମ ତାପରେ ଭିଡିଓ କଲରେ କଥାବାର୍ତ୍ତା ହେଉ ହେଉ ନିୟୁଡ୍ ଭିଡିଓ କଲ ପାଇଁ ପ୍ରେମକ ନିବେଦନ କଲା ଆଉ ପ୍ରେମିକା ରାଜି ମଧ୍ୟ ହୋଇ ନିୟୁଡ୍ ଭିଡିଓ କଲ କରିଥିଲା ଆଉ ତାପରେ ପ୍ରେମିକ ସେଇ ନିୟୁଡ୍ ଭିଡିଓ କଲର ସ୍କିନସଟ୍ କରି ପ୍ରେମିକାକୁ ବାରମ୍ବାର କରୁଥିଲା ବ୍ଲାକମେଲ ଓ ମାଗୁଥିଲା ଅର୍ଥ। ଏଥିରେ ଅତିଷ୍ଠ ହୋଇ ପ୍ରେମିକା କଲା ଆତ୍ମହତ୍ୟା ପୁର୍ବରୁ ନିଜ ପାଠପଢା ନୋଟରେ ଏମିତି କିଛି ଲେଖି କରିଛି ଆତ୍ମହତ୍ୟା ।


COMMERCIAL BREAK
SCROLL TO CONTINUE READING

ଭଦ୍ରକ ଜିଲ୍ଲା ଧାମନଗର ଥାନା ପଧାନି ପଞ୍ଚାୟତ ଦଶନ୍ଦିକୂଳ ଗ୍ରାମର ବିଷ୍ଣୁ ଚରଣ ପୁହାଣଙ୍କ ୧୯ ବର୍ଷୀୟ କଲେଜ ପଢୁଆ ଝିଅ ସୁଭଲଷ୍ମୀ ପୁହଣା ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦତପୁର ଗ୍ରାମର ସିଦ୍ଧାନ୍ତ ଦାସ ନାମକ କଲେଜ ସହପାଠିକୁ ଭଲ ପାଉଥିଲେ। ବାରମ୍ବାର ପ୍ରେମିକ ସିଦ୍ଧାନ୍ତ ନିୟୁଡ୍ ଫଟୋ ଦେଖାଇ ଟଙ୍କା ମାଗିବାରୁ ପ୍ରେମିକା ଗତକାଲି ନିଜ ପଢାଘରେ ଓଢଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବେବଛେଦ ପାଇଁ ଭଦ୍ରକ ପଠାଇ ତଦନ୍ତ ଆରମ୍ଭ କରିଛି।