Odisha News: ରାଉରକେଲା: ଗତ ନଭେମ୍ବର ୧୨ ତାରିଖରେ ଯେତେବେଳେ ଗୋଟେ ପଟେ ସମଗ୍ର ଭାରତରେ ଦୀପାବଳୀ ପାଇଁ ସମସ୍ତେ ଉତ୍ସବମୁଖର ଥିଲେ, ଠିକ୍ ସେହି ସମୟରେ ଉତ୍ତରକାଶୀ ସିଲକ୍ୟାରା ଠାରେ ୪.୫୩୧ କିଲୋମିଟର ବିଶିଷ୍ଟ ନିର୍ମିତ ହେଉଥିବା ସୁଡ଼ଙ୍ଗ ମଧ୍ୟରେ ପାହାଡ ଅତଡା ଧସି ୪୧ଜଣ ଶ୍ରମିକ ଫସି ରହିବା ଘଟଣା କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱବାସୀଙ୍କ ହୃଦୟ ଦୋହଲାଇ ଦେଇଥିଲା। କେନ୍ଦ୍ର ସରକାରଙ୍କ ଚାରିଧାମ ମିଶନ ଅଧୀନରେ ହାଇଦ୍ରାବାଦର ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ ଦ୍ୱାରା ନିର୍ମିତ ହେଉଥିବା ଏହି ସୁଡ଼ଙ୍ଗର ସିଲକ୍ୟାରା ପଟୁ ୨.୪ କିଲୋମିଟର କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଅନ୍ୟପଟୁ ୧.୭୫ କିଲୋମିଟର କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ସିଲକ୍ୟାରା ପଟୁ ନିର୍ମାଣ କାର୍ଯ୍ୟ ସମୟରେ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ସତ୍ତ୍ୱେ ଅଞ୍ଚଳରେ ରହିଥିବା ବାବା ବୌଖ୍ ନାଗ୍ ଦେବତା ଙ୍କ ମନ୍ଦିର ଉଚ୍ଛେଦ ଏବେ ଚର୍ଚ୍ଚାରେ। ଯାହା ଦୁର୍ଘଟଣାର କାରଣ ବୋଲି ଅନେକେ ବିଶ୍ୱାସ କରୁଥିବା ବେଳେ, ମନ୍ଦିର ପୁନଃ ସ୍ଥାପନ ନେଇ ନିଷ୍ପତ୍ତି ଗ୍ରହଣ ପରେ ରେସ୍କ୍ୟୁ ଅପରେସନ ସୁରୁଖୁରୁରେ ହେବା ସହିତ ସମସ୍ତ ୪୧ଜଣ ଶ୍ରମିକ ସୁସ୍ଥ ଉଦ୍ଧାର ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନ ରହିଥିବା ବେଳେ, ଲଗାତାର ୧୭ଦିନ ଓ ୧୬ରାତି ର ଅନବରତ ୨୪*୭ଘଣ୍ଟାର ଅନବରତ ପ୍ରୟାସ, ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା ସମେତ NDRF, ବିଭିନ୍ନ ସଂସ୍ଥା ଓ ବ୍ୟନ୍ ଥିବା ରା୍ଟ୍ ମାଇନର୍ସ ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ୪୧ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସୁରକ୍ଷିତ ଢ଼ଙ୍ଗରେ ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କରାଯାଉଥିବା ବେଳେ,ଏହାର ତଦାରଖ କରୁଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ସମେତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ପ୍ରଧାନମନ୍ତ୍ରୀ ନିଜେ। ତେବେ ଉତ୍ତର କାଶୀ ରେ ଚାଲୁଥିବା ଟନେଲ କାମ ରେ ଫସିଥିବା ଓଡିଶା ର ପାଞ୍ଚ ଜଣ ଶ୍ରମିକ ଙ୍କୁ ମାନସିକ ସହାୟତା ସହିତ ଟନେଲ ରୁ ବାହାରିଲା ପରେ କେଉଁଭଳି ସେମାନେ ଓଡିଶା ଫେରିବେ ,ତାଙ୍କ ଘରଲୋକଙ୍କ ସହିତ କିଭଳି ଯୋଗାଯୋଗ କରିବେ ଏ ନେଇ ତାଙ୍କ ସହାୟତା ଦୃଷ୍ଟି ରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ଉତ୍ତର କାଶୀରେ ଯାଇ ପହଞ୍ଚି ଥିଲେ ଓଡିଶା ସରକାରଙ୍କ ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ। 


ସେମାନେ କିପରି ଶୀଘ୍ର ଉଦ୍ଧାର ହୋଇ ଓଡିଶା ଫେରିବେ ଏ ନେଇ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ|   ଏହା ପୂର୍ବରୁ ଗତ ସପ୍ତାହେ ପୂର୍ବେ ଉତ୍ତର କାଶୀ ର ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଆବଶ୍ୟକୀୟ ବିଭିନ୍ନ ପାଇପ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ପଠାଯାଇଥିଲା। ପ୍ରଥମ ଦିନରେ ଦୁଇଟି ବିମାନରେ ୧୨ଟି ପାଇପ୍‌ ପଠାଯାଇଥିବା ବେଳେ ଦ୍ଵିତୀୟ ଦିନରେ ଦୁଇଟି ବିମାନରେ ଅବଶିଷ୍ଟ ୧୨ଟି ପାଇପ୍‌  ପଠାଯାଇଥିଲା । ବାୟୁସେନାର ସି-୧୩୦ ଜେ ସୁପର ହର୍କ୍ୟୁଲସ୍‌ ବିମାନରେ ସ୍ପାଇରାଲ୍‌ ୱେଲ୍‌ଡ ପାଇପ୍‌ ଉତ୍ତରକାଶୀକୁ ପଠାଯାଇଥିଲା। ଜାହାର ମୋଟେଇ ୨୮/୩୨ ଇଞ୍ଚ ଲେଖାଏ ଥିବାବେଳେ ଲମ୍ବ ୨୦ଫୁଟ ବିଶିଷ୍ଟ ଥିଲା। ଯାହା ଉଦ୍ଧାର କାର୍ଯ୍ୟରେ ପ୍ରମୁଖ କାମ କରିଥିଲା।