Breaking News: ଗତକାଲି ପୁରୀ ଶ୍ରୀମନ୍ଦିରରେ ଏକ ବଡ଼ ଅଘଟଣ ଘଟିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ନିଜକୁ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଜଣେ ପରମ ଭକ୍ତ ବୋଲି କହୁଥିବା ଜଣେ ଯୁବକ ଶ୍ରୀମନ୍ଦିର ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।ସୂଚନା ଅନୁସାରେ ଯୁବକ ଜଣଙ୍କ ମହାପ୍ରଭୁଙ୍କ ଚାହାଣୀ ମଣ୍ଡପ(Chahani Mandap)ରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି। ତେବେ ଆତ୍ମହତ୍ୟା ଉଦ୍ୟମ କରିବାର ଉଦ୍ୟମ ମୋକ୍ଷ ପ୍ରାପ୍ତି ବୋଲି କହିଛନ୍ତି ଯୁବକଜଣଙ୍କ।


COMMERCIAL BREAK
SCROLL TO CONTINUE READING

ତେବେ ତାଙ୍କର ଏହି ଆତ୍ମହତ୍ୟା ଉଦ୍ୟମ ବିଫଳ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲ(Puri Medical) ରେ ଭର୍ତ୍ତି କରାଯାଇଛି। ତେବେ ଯୁବକ ଜଣଙ୍କ ଯାଜପୁର(Jajpur)ର ଜୀବନ ଜ୍ୟୋତି ସାମଲ(Jiban Jyoti Samal) ବୋଲି ଜଣା ପଡ଼ିଛି। ତେବେ ଜୀବନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ କିପରି ଅଛି ସେ ନେଇ ସବିଶେଷ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ଏହି ଘଟଣାଟି ସୋମବାର ଦିନ ରାତିରେ ଘଟିଥିବା ଜଣା ପଡ଼ିଛି।