Bhadrak News: ଆଜିର ସମାଜରେ ଯୁବପିଢ଼ି ପ୍ରେମ ପତାରଣାର ଶିକାର ହେବା ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି।ଆମେ ଏମିତି ଏକ ପ୍ରେମ କାହାଣୀ ଆଜି ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ପ୍ରଥମେ ନାବାଳିକା ଝିଅକୁ ପ୍ରେମ କରି ପ୍ରତାରଣା ପାଇବା ପରେ ପାଗଳ ପ୍ରେମିକ ବିଷ ପିଇ ଆତ୍ମହତ୍ୟା କରିଦେଲା ଆଉ ତାପରେ ଘଟଣା ଏମିତି କିଛି ଘଟିଲା। ପ୍ରତିଶୋଧ ପରାୟଣ ହୋଇ ଗ୍ରାମ ମଶାଣିରେ ଜଳୁଥିବା ଜୁଇ ନିଆଁରେ ପ୍ରେମିକାର ଘର ଜାଳି ଦେଲେ ପ୍ରେମିକର ପରିବାର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଧାମନଗର ଥାନା ଅଞ୍ଚଳର। 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ଧାମନଗର ଥାନା ଦଇପୁର ଜେନା ସାହିର ଅର୍ଜୁନ ଯେନାଙ୍କ ପୁଅ ଆଲୋକ ଯେନା ଜଣେ ସ୍କୁଲ ପଢୁଆ ନାବାଳିକା ଝିଅକୁ କିଛି ଦିନ ହେବ ପ୍ରେମ କରିଆସୁଥିଲା। ନାବାଳିକା ଝିଅର ପରିବାର ଲୋକେ ଏହା ଜାଣିବା ପରେ ଝିଅକୁ ବନ୍ଧୁବାନ୍ଧବଙ୍କ ଘରେ ଲୁଚାଇ ରଖିଥିଲେ। ଏହାକୁ ସହ୍ୟ କରିନପାରି ଗତ ଗୁରୁବାର ଦିନ ଆଲୋକ ବିଷ ଖାଇଦେଇଥିଲେ। ପ୍ରଥମେ ଭଦ୍ରକ ଓ ପରେ କଟକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ହୋଇଥିଲା।


ପରିବାର ଲୋକେ ଶନିବାର ଆଲୋକର ମର ଶରୀର ଗ୍ରାମ ମଶାଣିରେ ସତ୍କାର ପରେ ପ୍ରତିଶୋଧ ପରାୟଣ ହୋଇ ଜୁଇ ନିଆଁରେ ପ୍ରେମିକାର ଘର ପୋଡ଼ି ପାଉଁଶ କରିଦେଇଥିବା ଧାମନଗର ଥାନାରେ (ନାବାଳିକା ଝିଅ) ପରିବାର ତରଫରୁ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ; ଗ୍ରାମର ସହଦେବ ଯେନା, ରଞ୍ଜନ ଯେନା,ପ୍ରତାପ ଯେନା, ତ୍ରିଲୋଚନ ଯେନା, ଶେଷଦେବ ଯେନା, ଶୁକୁଟା ଯେନା ଓ ଗୋବିନ୍ଦ ଯେନା ଶବ ସତ୍କାର ପରେ ଝିଅର ଘରେ କେହି ନଥିବାର ସୁଯୋଗ ନେଇ ନିଆଁ ଲଗାଇ ତାଙ୍କ ଘର ଜଳିଦେଇଥିଲେ। ଖବର ପାଇ ଧାମନଗର ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଘରଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇ ଯାଇଥିଲା। ଏହାକୁ ଆଧାର କରି ଧାମନଗର ଥାନା ପକ୍ଷରୁ କେଶ ନଂ ୫୫୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Also Read: Odisha Crime: ଡାଲି ବ୍ୟବସାୟୀଙ୍କୁ ଗୁଳି ମାଡ଼, ଦୁର୍ବୁର୍ତ୍ତଙ୍କୁ ଖୋଜୁଛି ପୋଲିସ୍..