Odisha News: (ଅଭୟ ମହାନ୍ତି)  ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ମୂର୍ତ୍ତି ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର । ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବା ବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର । ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିର ନିକଟ ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ବେଦଚାର୍ଯ୍ୟ ଭୁତତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ସେବାୟତଙ୍କ ଘରେ ପୂଜାପାଠ, ହୋମଜଜ୍ଞ କରଯାଇଥିଲା।


COMMERCIAL BREAK
SCROLL TO CONTINUE READING

 ଘର ଭିତରେ ୬ଫୁଟ ଲମ୍ବ ଓ ୬ଫୁଟ ଓସାର ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତ ଖୋଲିବା ପରେ ଏକ ପିତଳ ହେଣ୍ଡା ଭିତରୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଷ, କାର୍ତ୍ତିକ , ବୃଷଭ ଆଦି ବିରଳ ପ୍ରଜାତିର ମୂର୍ତ୍ତି ଉଦ୍ଧାର କରାଯାଇଛି। ପଣ୍ଡିତ ନରୋତ୍ତମ ମିଶ୍ର ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଓ ମୂର୍ତ୍ତି ସୁନା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ହୋଇପାରେ ବୋଲି ଅନୁମାନ କରିଛନ୍ତି। ଅନ୍ୟ ପକ୍ଷରେ ସେବାୟତ ଜଣକ ଅଳଙ୍କାର କଥା ଅସ୍ବୀକାର କରିବା ସହ ମୂର୍ତ୍ତି ଗୁଡ଼ିକ ପିତଳ ଧାତୁରେ ଗଢ଼ା ବୋଲି କହିଛନ୍ତି। ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।