Road Accident: ପିକଅପ୍କୁ ପିଟିଲା ୧୦୮ ଆମ୍ବୁଲାନ୍ସ , ୫ ଗୁରୁତର
Accident News: ଏହି ଦୁର୍ଘଟଣାରେ ରୋଗୀ ସମେତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲେଶ୍ବର (Balasore) ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ଜଣେ ରୋଗୀକୁ ନେଇ ୧୦୮ ଆମ୍ବୁଲାନ୍ସ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା ।।
Road Accident: ୬୦ନଂ ଜାତୀୟ ରାଜପଥ (NH-60) ରୂପସା (Rupsa) ନିକଟରେ ପିକଅପ ଗାଡି଼କୁ ପଛପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ (108 Ambulance) । ଏହି ଦୁର୍ଘଟଣାରେ ରୋଗୀ ସମେତ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲେଶ୍ବର (Balasore) ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜଳେଶ୍ବରପୁର ଅଞ୍ଚଳରୁ ଜଣେ ରୋଗୀକୁ ନେଇ ୧୦୮ ଆମ୍ବୁଲାନ୍ସ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲା । ତେବେ ଏହି ସମୟରେ ୬୦ନଂ ଜାତୀୟ ରାଜପଥ ରୂପସା ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ପିକଅପ ଗାଡ଼ିକୁ (Pick up van) ପଛପଟୁ ଧକ୍କା ଦେଇଥିଲା । ଫଳରେ ରୋଗୀ ସମେତ ୫ ଜଣ ଏଥିରେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Balasore District hospital) ଭର୍ତ୍ତି କରାଯାଇଛି ।
ସେପଟେ ଏକ ପେଟ୍ରୋଲ ଟ୍ୟାଙ୍କର (Petrol Tanker) ଦୁର୍ଘଟଣାଗ୍ରସ୍ତ ହୋଇଛି । ସଦର ଥାନା ଅନ୍ତର୍ଗତ ଶାଗଡ଼ାଠାରେ ଏକ ପେଟ୍ରୋଲ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଓଲଡ଼ି ପଡ଼ିଥିବା ସୂଚନା ମିଳିଛି । ଫଳରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ (Bhawanipatna Govt Hospital) ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଏହି ଟ୍ୟାଙ୍କରଟି ପାରଦ୍ବୀପରୁ ମାଲକାନଗିରି ଅଭିମୁଖେ ଯାଉଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଗାଡ଼ିରୁ ପେଟ୍ରୋଲ ଓ ଡିଜେଲ ଲିକ୍ ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ଲିକେଜ ବନ୍ଦ କରିଥିଲେ । ତେବେ ଦୁର୍ଘଟଣା ପରେ ହେଲପର ଗାଡ଼ି ଛାଡ଼ି ଫେରାର ଥିବା ଜଣାପଡ଼ିଛି ।