Accident News: ଗଞ୍ଜାମ (Ganjam) ଜିଲ୍ଲା ତପ୍ତପାଣି ଘାଟିରେ (Taptapani Ghati) ମର୍ମନ୍ତୁଦ ଦୁର୍ଘଟଣା (Accident) । ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୨ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ଆଜି ସକାଳେ ଅଡବା ଥାନା କଟାମାରୁ ୧୨ ଜଣ ଶ୍ରମିକ ବ୍ରହ୍ମପୁର (Brahmapur) ଅଭିମୁଖେ ଯାଉଥିଲେ। ଏହି ସମୟରେ ତପ୍ତପାଣି (Taptapani) ବୁଲାଣିଆ ଘାଟିରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ୨ ଜଣ ଶ୍ରମିକ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଶ୍ରମିକ ଏବେ ବି ଗାଡ଼ି ତଳେ ଚାପି ହୋଇ ରହିଛନ୍ତି। ତେବେ ଆହତ ହୋଇଥିବା ୧୨ ଶ୍ରମିକଙ୍କ ମଧ୍ଯରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପାଟପୁର ପୋଲିସ ଓ ମୋହନା ଓ ସାନ ଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।


Also Read- New York Indian Film Festival: “ନ୍ୟୁୟର୍କ ଇଣ୍ତିଆନ୍ ଫିଲ୍ମ ଫେଷ୍ଟିଭାଲ” ପାଇଁ ମନୋନୀତ ହେଲା ୨ ଓଡ଼ିଆ ଫିଲ୍ମ


Also Read- IFA Tablet: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫଏ ଟାବଲେଟ୍