Accident News: (ପ୍ରେମାନନ୍ଦ ପୂଜାରୀ) ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ। ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ୨ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି।

ବ୍ରହ୍ମପୁରରେ କୋର୍ଟ କାମ ସାରି ପରିବାରର ୧୧ ଜଣ ବୋଲେରୋରେ ନିଜ ଗାଁ ଗୁଲୁବା ପଂଚାୟତ କାମପଦର ଗାଁକୁ ଫେଟୁଥିବା ବେଳେ ଭାରସାମ୍ୟ ହରାଇ ବୁଲାଣିଆ ରାସ୍ତାରେ ବୋରରଲୋଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଅଡବା ମେଡିକାଲ ଓ ପରେ ମୋହନା ମେଡିକାଲରେ ଭର୍ତି କରିଥିଲେ।  ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଶିଶୁ ଥୂବା ଜଣାଅଡ଼ିଛି। ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି।