Crime News: ମିନି ବସ୍ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ୬ ଗୁରୁତର ଆହତ
Crime News: ଗାଡ଼ିଟି ଭୁବନେଶ୍ଵର ରୁ ନୟାଗଡ଼ ଶରଣକୁଳ ଦେଇ କୋରାପୁଟ ଯାଉଥିବା ବେଳେ ଘଟିଯାଇଛି ଏହି ଦୁର୍ଘଟଣା। ହେଲେ ରାମଗଡ଼ କେନ୍ଦୁଘାଟି ବୁଲାଣି ରାସ୍ତା ରେ ଦ୍ରୁତ ଗତିରେ ଆସୁଥିବା ମିନିବସ ଟୁରିଷ୍ଟର ଗାଡ଼ିଟି ଭାରସାମ୍ୟ ହରାଇଇ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଗାଡ଼ି ତଳେ ଚାପି ହୋଇଯାଇଥିଲେ।
Crime News:(ପ୍ରେମାନନ୍ଦ ପୁଜାରୀ) ଗୋଟିଏ ଗାଡ଼ିରେ ସପରିବାର ଭୁବନେଶ୍ଵର ରୁ ବାହରିଥିଲେ କୋରାପୁଟ ବାବା ଗୁପ୍ତେଶ୍ୱର ଙ୍କୁ ଦର୍ଶନ କରିବା ଲାଗି କିନ୍ତୁ ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ଓ ଗାଡ଼ି ଚାଳକର ଅସାବଧାନତା ଏବଂ ଦ୍ରୁତ ଗତି ରେ ଗାଡ଼ି ଚାଳନା ଯୋଗୁଁ ପୁଣି ଘାଟିରେ ଗାଡ଼ି ଓଲୋଟି ଘଟିଯାଇଛି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଅକାଳ ରେ ଚାଲିଯାଇଛି ନିରିହ ଜିବନ । ଅନେକ ଆହାତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇ ଜୀବନ ସଙ୍କଟାପନ୍ନ ହୋଇପଡିଛି। ଗତ କ୍ରମାଗତ ଭାବେ ଦୁର୍ଘଟଣାର କେନ୍ଦ୍ରସ୍ଥଳି ପାଲଟିଥିବା ଗଜପତି ଜିଲ୍ଲା ମୋହନା ନିକଟସ୍ଥ ରାମଗଡ଼ କେନ୍ଦୁଘାଟିରେ ଆଜି ଭୋର ୪ଟା ସମୟରେ ପୁଣି ଘଟିଯାଇଛି ଏହି ମର୍ମାନ୍ତୁକ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଦୁଇ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର। ମୃତକ ହେଲେ ଲଡୁଗାଁ ଶରଣକୁଳ ଅଞ୍ଚଳର ସରୋଜିନୀ ବେହେରା।
ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବରରୁ ତିନୋଟି ପରିବାର ଏକତ୍ରିତ ହୋଇ ଗୋଟିଏ ଟୁରିଷ୍ଟର ମିନି ବସ୍ ରେ କୋରାପୁଟ ଗୁପ୍ତେଶ୍ୱର ଶୈବପୀଠ ଅଭିମୁଖେ ବାହାରିଥିଲେ । ଗାଡ଼ିରେ ଡ଼୍ରାଇଭର ସହ ୧୫ ଜଣ ଯାତ୍ରା କରୁଥିଲେ। ଗାଡ଼ିଟି ଭୁବନେଶ୍ଵର ରୁ ନୟାଗଡ଼ ଶରଣକୁଳ ଦେଇ କୋରାପୁଟ ଯାଉଥିବା ବେଳେ ଘଟିଯାଇଛି ଏହି ଦୁର୍ଘଟଣା। ହେଲେ ରାମଗଡ଼ କେନ୍ଦୁଘାଟି ବୁଲାଣି ରାସ୍ତା ରେ ଦ୍ରୁତ ଗତିରେ ଆସୁଥିବା ମିନିବସ ଟୁରିଷ୍ଟର ଗାଡ଼ିଟି ଭାରସାମ୍ୟ ହରାଇଇ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଯାତ୍ରା କରୁଥିବା ଅନେକ ଯାତ୍ରୀ ଗାଡ଼ି ତଳେ ଚାପି ହୋଇଯାଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ମୋହନା ଅଗ୍ନିଶମ ବାହିନୀ ଓ ପୋଲିସ ଟିମ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିରୁ ୭ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଏବଂ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ସେଠାରେ ଜଣେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଆହାତ ମଧ୍ୟରୁ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ପଠାଯାଇଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଗାଡ଼ିର ଡ଼୍ରାଇଭରର କେଉଁଆଡେ ଫେରାର ଥିବା ଜଣାପଡିଛି। ତେବେ ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଏହି ସ୍ଥାନରେ ହିଁ ଘଟି ଚାଲିଛି । ଯାହାକୁ ନେଇ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ହୋଇପଡିଛି। ଆଗକୁ ପର୍ଯ୍ୟଟନ ଋତୁ ଆସିଥିବାରୁ ଗାଡ଼ି ଚଳାଚଳ ସଂଖ୍ୟା ବୃଦ୍ଧି ପାଇବା ସ୍ବାଭାବିକ ରହିଛି। ଏହା ପୁର୍ବରୁ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି।