Road Accident: ବସକୁ ପିଟିଲା ଆଉ ଏକ ତୀର୍ଥଯାତ୍ରୀ ବସ, ୧୦ ଯାତ୍ରୀ ଆହତ
BUS Accident: ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଗୁରୁତର ୧୦ ଜଣ ଯାତ୍ରୀଙ୍କୁ ବସ୍ତା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
Road Accident: ତୀର୍ଥଯାତ୍ରୀ ବସକୁ ପିଟିଲା ଆଉ ଏକ ତୀର୍ଥଯାତ୍ରୀ ବସ । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ (Bhelora Chowk) ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା (Accident) । ଗୁରୁତର ୧୦ ଜଣ ଯାତ୍ରୀଙ୍କୁ ବସ୍ତା ମେଡ଼ିକାଲରେ (Basta Hospital) ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ରବିବାର ଦିନ ଭୋର ସମୟରେ ଜ୍ୟୋତି ଟ୍ରାଭେଲର୍ସ ନାମକ ଏକ ବସ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ (Bihar to Puri) ଅଭିମୁଖେ ଯାଉଥିଲା । ଏହି ସମୟରେ ୧୬ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ରାସ୍ତା ଖରାପ ଥିବା ସହ ଗୋଟିଏ ପାର୍ଶ୍ବର ରାସ୍ତା ବନ୍ଦ ଥିବା ଦେଖି ଗାଡ଼ିର ସ୍ପିଟ୍ କମ୍ କରିବା ନେଇ ବ୍ରେକ୍ ମାରିଥିଲେ ଡ୍ରାଇଭର । ଠିକ୍ ଏହି ସମୟରେ ସାୟନ ସାୟନ୍ତିକା ନାମକ ଏକ ତୀର୍ଥଯାତ୍ରୀ ବସଟି ପଛରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଜ୍ୟୋତି ଟ୍ରାଭେଲର୍ସ ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୨୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବସ୍ତା ଡ଼ାକ୍ତରଖାନାରେ (Basta Hospital) ଭର୍ତ୍ତି କରାଯାଇଛି । ଅନ୍ୟପଟେ ସାୟନ ସାୟନ୍ତିକା ୪୦ ଜଣ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗର ଚବିଶ ପ୍ରଗଣାରୁ ପୁରୀ (kolkata 24 pargana to Puri ) ଯାଉଥିବା ଜଣାପଡ଼ିଛି । ଦୁର୍ଘଟଣା ଖବର ପାଇବା ପରେ ବସ୍ତା ପୋଲିସ (Basta Police) ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ପୋଲିସ ଉଭୟ ବସରେ ଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ଲାଗି ପ୍ରୟାସ ଜାରି ରଖିଛି ।
ଅନ୍ୟପଟେ, ବିହାର ପୁର୍ଣ୍ଣିଆ ଜିଲ୍ଲାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଶନିବାର ଦିନ ଅପରାହ୍ନ ସମୟରେ ଏକ ଯାତ୍ରୀବାହୀ ବସଟି ପ୍ରାୟ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ସହ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ, ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପୁର୍ଣ୍ଣିଆ ମେଡିକାଲ କେଲେଜ (Purnea Medical College and Hospital)ର ଆୟସିୟୁରେ ଭର୍ତ୍ତି କରାଯାଇଛି। ତେବେ, ସମସ୍ତ ମୃତକ ଧାମଡାହା ଥାନା ଅଞ୍ଚଳର ବିଷ୍ଣପୁର ଗାଁର ବୋଲି ଜଣାପଡିଛି (Bishanpur village under Dhamdaha police station)।
ସେହିପରି ନିକଟରେ ଯାଜପୁର ଜିଲ୍ଲା (Jajapur) ୧୬ନଂ ଜାତୀୟ ରାଜପଥ ସାରୋଇ ଛକ ନିକଟରେ ଘଟିଥିଲା ଏକ ବସ ଦୁର୍ଘଟଣା । ଏଥିରେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ଭୁବନେଶ୍ବରରୁ ଅଜୟ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି (Passenger Bus) ୪୦ରୁ ଊର୍ଦ୍ଦ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ବର (Balasore) ଅଭିମୁଖେ ଯାଉଥିଲା । ଦିନ ପ୍ରାୟ ୧୨ ବେଳେ ଯାଜପୁର ୧୬ନଂ ଜାତୀୟ ରାଜପଥ ସାରୋଇ ଛକ (sorei chok )ନିକଟରେ ଏକ ହାଇୱା ଗାଡିକୁ ପଛପଟୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସଟି ଡିଭାଇଡ଼ର ଉପରକୁ ଚଢିଯାଇଥିଲା । ଫଳରେ ବସରେ ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଆହତ ହୋଇଥିଲେ ।