ଭୁବନେଶ୍ୱର: ରାଜଧାନୀରେ ବାରମ୍ୱାର ଦୁର୍ଘଟଣା ଜନିତ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଟ୍ରାଫିକ ନିୟମ ଏବଂ ବେପରୁଆ ଡ୍ରାଇଭିଂ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି। ରବିବାର ଦିନ ଯାତ୍ରା ଆଇଟମ ଗର୍ଲ ରାନୀ ପ୍ରିୟଦର୍ଶିନୀଙ୍କ ସ୍କୁଟିକୁ ଜବତ କରିଛି ପୋଲିସ । ବିନା ହେଲମେଟରେ ମୁଖ୍ୟ ରାସ୍ତାରେ ସ୍କୁଟି ଚଳାଇ ରିଲ୍ସ ପ୍ରସ୍ତୁତ କରିଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ବିନା ହେଲମେଟରେ ଜାତୀୟ ରାଜପଥରେ ସ୍କୁଟି ଚଳାଇ ଏକ 'ରିଲ୍ସ' ତିଆରି କରିଥିଲେ ।



ଏହି ଭିଡିଓ ପରିବହନ କମିଶନର, STA ଏବଂ DCP ଟ୍ରାଫିକ, ଭୁବନେଶ୍ୱରଙ୍କ ଦୃଷ୍ଟିରେ ପଡିଥିଲା । ଫଳରେ ତୁରନ୍ତ ରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ସ୍କୁଟିକୁ ଜବତ କରାଯାଇଛି । ସଡକ ସୁରକ୍ଷା ନିୟମ ନମାନି ଡ୍ରାଇଭିଂ କଲେ ଜରିମାନା ସମେତ ଆଇନଗତ ପରିଣାମ ଭୋଗିବାକୁ ପଡିପାରେ ବୋଲି କୁହାଯାଇଛି । ତେଣୁ ସଡ଼କ ସୁରକ୍ଷା ଏବଂ ଟ୍ରାଫିକ ନିୟମକୁ ମାନିବା ଉପରେ ଗୁରୁତ୍ୱ ଦେବା ସହ ସର୍ବସାଧାରଣ ରାସ୍ତାରେ ଭିଡିଓ କିମ୍ବା ରିଲ୍ସ ପ୍ରସ୍ତୁତ ନକରିବାକୁ ମଧ୍ୟ ପରାମର୍ଶ ଦେଇଛି ଏସଟିଏ ।


Also Read- Shani Transit 2025: ଶନିଦେବଙ୍କ ପ୍ରଭାବ, ନୂଆ ବର୍ଷରେ ୫ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ


Also Read- କର୍କଟ ରୋଗରୁ କିପରି ମୁକ୍ତି ପାଇଲେ ପତ୍ନୀ, ନବଜୋତ ସିଂ ସିଦ୍ଧୁ ଖୋଲିଲେ ରହସ୍ୟ