ଅନୁଗୋଳ: ଆଜି ପବିତ୍ର ସରସ୍ଵତୀ ପୂଜା ଓ ଭାଲେଣ୍ଟାଇନ୍ସ ଡେ ଅବସରରେ ଅନୁଗୋଳ ଜିଲ୍ଲା ଓବିସି ସେଲ ପକ୍ଷରୁ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପିର ବାହାଘର ହୋଇଛି । କଂଗ୍ରେସ୍ ଓବିସି ସେଲ ପକ୍ଷରୁ ଆଜି ସର୍ବସମ୍ମୁଖରେ ଏହି ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଛି । ବିଗତ ୨୪ ବର୍ଷ ହେଲା ଦୁଇ ଦଳ ମଧ୍ୟରେ ରହିଥିବା ଗୁପ୍ତ ସଂପର୍କ ବିଷୟରେ ପ୍ରଶ୍ନ ଉଠାଇଛି କଂଗ୍ରେସ୍ ଓବିସି ସେଲ ।


COMMERCIAL BREAK
SCROLL TO CONTINUE READING

ଅନୁଗୋଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଦୂରବସ୍ଥା, ହାତୀ ଜନବସତି ମୁହାଁ ହେବା, ଜଙ୍ଗଲ ଧ୍ବଂସ ହେବା ଏବଂ ଶିଳ୍ପ ସଂସ୍ଥା ଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ନ ଦେବା ପରି ଅନେକ ଅଭିଯୋଗର ଫର୍ଦ୍ଦ ଆଣିଛି କଂଗ୍ରେସ ଓବିସି ସେଲ୍ । ଅନୁଗୋଳରେ ବିଭିନ୍ନ ସମସ୍ୟା ପାଇଁ ଦୁଇ ଦଳ ସମପରିମାନରେ ଦାୟୀ ବୋଲି ଅଭିଯୋଗ କରିଛି । ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ କେବଳ ନିଜକୁ ଅଲଗା ଅଲଗା ବୋଲି ପ୍ରଚାର କରିଛନ୍ତି ବୋଲି କୁହାଯାଇଛି । 


ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ଓବିସି ସେଲ ସଭାପତି ପ୍ରବୋଧ କୁମାର ସ୍ବାଇଁ ଆୟୋଜନ କରିଥିଲେ ।  ଶ୍ରୀ ସ୍ବାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଅନୁଗୋଳ ଏବଂ ବଅଁରପାଳ ବ୍ଲକରେ ବିଜେପି ସମର୍ଥିତ ସମିତି ସଭ୍ୟ ଓ ସଭ୍ୟା ମାନେ ବହୁ ସଂଖ୍ୟାରେ ଜିତି ଥିଲେ ମଧ୍ଯ ଏହି ଦୁଇ ବ୍ଲକ୍ ରେ ବିଜେଡି ଚେୟାରମ୍ୟାନ ପଦବୀ ହାସଲ କଲା । ଆଜି ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ଦଳର ହେଇଥିଲେ ମଧ୍ୟ ବିଜେଡି ଦଳ ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ ହେବା ପାଇଁ ସମର୍ଥନ କରିଛି । ଏହା ଦୁଇ ଦଳର ଗୁପ୍ତ ସଂପର୍କ ନୁହେଁ ତ ଆଉ କଣ ହୋଇପାରେ ?? ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ଟ୍ରେଡ ୟୁନିୟନ୍ ଲିଡର ଦେବାଶିଷ ଘୋଷ ଏବଂ ଜିଲ୍ଲା ଆଇଏନଟିୟୁସି ସଭାପତି ଦିଗାମ୍ବର ଗଡ଼ନାୟକ ଏବଂ ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ, ଅନୁଗୋଳ ଯୁବ କଂଗ୍ରେସ ବିଧାନସଭା ସଧାରଣ ସମ୍ପାଦକ ସୋଭିୟତ ମହାପାତ୍ର, କଂଗ୍ରେସ୍ ନେତା ଦୁର୍ଗା ଶତପଥୀ ଆଦି ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ଦୁଇ ଦଳର ବିବାହ ସମ୍ପନ୍ନ ହେଲା ପରେ ଭୋଜି ଭାତର ଆୟୋଜନ କରାଯାଇଥିଲା।


Also Read- ଆରମ୍ଭ ହେଲା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା'


Also Read- Shani Gochar 2024: ସାବଧାନ ..! ଶନିଙ୍କ ଚଳନରୁ ପ୍ରଭାବିତ ହେବ ଏହି ରାଶି...