ଆରମ୍ଭ ହେଲା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା'

ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ପାଇବେ ମାସକୁ ୨୦୦୦ ଟଙ୍କା ଲେଖାଏ ସହାୟତା । ୮୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିଲେ ମାସକୁ ୨୫୦୦ ମିଳିବ । ପୂର୍ବରୁ ବରିଷ୍ଠ ବୁଣାକାର ମାନେ ମାସକୁ ୫୦୦ ଟଙ୍କା ସହାୟତା ପାଉଥିବା ବେଳେ, ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ କୌଣସି ସହାୟତା ନଥିଲା । ବର୍ତ୍ତମାନର ବୁଣାକାର ହିତାଧିକାରୀ ମାନେ ଚଳିତ ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବର୍ଦ୍ଧିତ ସହାୟତା ପାଇବେ । ନୂଆ ହିତାଧିକାରୀ ଖୁବ୍ ଶୀଘ୍ର ଚୟନ କରାଯାଇ ସହାୟତା ପ୍ରଦାନ କରାଯିବ । ୫ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବୁଣାକାର ଓ କାରିଗର ମାନେ ଦେଇଥିଲେ ପ୍ରସ୍ତାବ ।

ଆରମ୍ଭ ହେଲା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା'

About the Author