Cabinet News: ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମନ୍ତ୍ରିୀପରିଷଦର ଏକ ସ୍ୱତନ୍ତ୍ର ବୈଠକ ଆଜି ଅନୁଷଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେଉଥିବା ବଜେଟ୍‍ ଅଧିବେଶନରେ ସରକାର ଆଣିବାକୁ ଯାଉଥିବା କାମଚଳା ବଜେଟ୍‍କୁ ମନ୍ତ୍ରୀପରିଷଦ ଗ୍ରହଣ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ନିର୍ବାଚନ ଆସନ୍ନ ଥିବାରୁ ଏହି ବେଜଟ୍‍ ୩ ମାସ ପାଇଁ ସରକାରୀ ଖର୍ଚ୍ଚ ତୁଲାଇବା ନିମନ୍ତେ ଆବଶ୍ୟକ ହୋଇଥାଏ। ଏଥିରେ ସାଧାରଣତଃ ସରକାର କେନ୍ଦ୍ରୀୟ ଅନୁଦାନ ଏବଂ ସଞ୍ଚିତ ପାଣ୍ଠି ଖର୍ଚ୍ଚକୁ ଗୁରୁତ୍ୱ ଦେଇଥାନ୍ତି। ଏହିକ୍ରମରେ ରାଜ୍ୟ ସରକାର ଆବଶ୍ୟକ ବଜେଟ୍‍ ପ୍ରସ୍ତୁତ କରିଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ବଜେଟ୍‍କୁ ଆଜି ମନ୍ତ୍ରିମଣ୍ଡଳ ଗ୍ରହଣ କରିଛନ୍ତି। 


ଦୁଇଟି ଭାଗରେ ଏହି ବଜେଟ୍‍ ବିଭକ୍ତ ହୋଇଛି। ଗୋଟିଏ ସାଧାରଣ ବଜେଟ୍‍ ହୋଇଥିବା ବେଳେ ଆଉ ଗୋଟିଏ ରହିଛି କୃଷି ବଜେଟ। ତେବେ ଏହି ବଜେଟ୍‍ର ପରିମାଣ ଏବଂ ଏଥିରେ କ’ଣ ରହିଛି ସେ ସମ୍ପର୍କରେ ବିଧି ଅନୁସାରେ କୌଣସି ସୂଚନା ଦିଆଯାଇ ନାହିଁ। ଏହା ସରକାରୀ ଭାବେ ଏକ ଗୋପନୀୟ ନଥି ହୋଇଥିବାରୁ ବିଧାନସଭା ଟେବଲ୍‍ ଉପରେ ଉପସ୍ଥାପନ ପୂର୍ବରୁ କୌଣସି ତଥ୍ୟ ପ୍ରକାଶ ହୋଇ ନଥାଏ।