1. ଅଶ୍ୱ ଚାଳନାରେ ଇତିହାସ ରଚିଲା ଭାରତ: ଏସୀୟାନ ଗେମ୍ସ ୨୦୨୩ର ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ତୃତୀୟ ଦିନରେ ଭାରତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତର ଅଶ୍ୱ ଚାଳନା ଦଳ ୪୧ ବର୍ଷ ପରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତୀୟ ଅଶ୍ୱିନୀ ସୁଦୀପ୍ତି ହାଜେଲା, ଦିବ୍ୟାକର୍ତ୍ତୀ ସିଂ, ଅନୁଷ୍ ଅଗ୍ରୱାଲ ଓ ହୃଦୟ ଛେଡା ଚମତ୍କାର ପ୍ରଦର୍ଶନ କରି ଦଳ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ। ଘୋଡା ଚାଳନାର ୪୦ ବର୍ଷ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏସୀୟାନ ଗେମ୍ସରେ ସ୍ୱର୍ଣ୍ଣ ଜିତିଛି । ଡ୍ରେସେଜ୍ ଇଭେଣ୍ଟର ଫାଇନାଲରେ ଭାରତର ଅଶ୍ୱିନୀ ଅନୁଷ୍, ସୁଦୀପ୍ତି, ଦିବ୍ୟାକର୍ତ୍ତୀ ଓ ହୃଦୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଦଳ ୨୦୯.୨୦୫ ପଏଣ୍ଟ ହାସଲ କରିଛି । ଦିବ୍ୟାକର୍ତ୍ତୀ ୬୮.୧୭୬ ପଏଣ୍ଟ, ଶୁକ୍ରବାର ଦିନ ୬୯.୯୪୧ ପଏଣ୍ଟ ଓ ଅନୁଷ୍ ୭୧.୦୮୮ ପଏଣ୍ଟ ପାଇଛନ୍ତି । ଭାରତୀୟ ଦଳ ଚୀନ୍ ଠାରୁ ୪.୫ ପଏଣ୍ଟ ଆଗରେ ଥିଲା ।


COMMERCIAL BREAK
SCROLL TO CONTINUE READING

2. ଓ୍ୱାହିଦାଙ୍କୁ ଦାଦା ସାହେବ ଫାଲକେ: ବର୍ଷିୟାନ୍ ହିନ୍ଦି ସିନେମା ଅଭିନେତ୍ରୀ ୱାହିଦା ରେହମାନଙ୍କ ସିନେମା ଅଭିନୟ କ୍ଷେତ୍ର ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ  ଏବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ଏ ନେଇ ଘୋଷଣା କରିଛନ୍ତି। ଓ୍ୱାହିଦା ତାଙ୍କର ୫୦ ବର୍ଷର ଅଭିନୟ କ୍ୟାରିୟରରେ ଅନେକ ପ୍ରଭାବଶାଳୀ ସିନେମାରେ ସାମ୍ନାକୁ ଆସିଛନ୍ତି। ଯେଉଁସବୁ ସିନେମା ଦର୍ଶକଙ୍କ ଗହଣରେ ବିଶେଷ ଆଦୃତି ଲାଭ କରିଥିଲା ସେ ଭିତରେ ପ୍ୟାସା, କାଗଜ କା ଫୁଲ, ଚୌଧବୀ କା ଜଚାନ୍ଦ, ସାହେବ ବିବି ଔର ଗୁଲାମ, ଗାଇଡ୍‍, ଖାମୋସୀ ଅନ୍ୟତମ। ସେ ରେଶ୍ମା ଓ ଶେରା ଫିଲ୍ମପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି।  ଜଣେ ଭାରତୀୟ ନାରୀ କିପରି ସଫଳତାର ଶୀର୍ଷତ୍ୱ ଲାଭ କରିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଓ୍ୱାହିଦା। 


3. ମାମଲା ଆଣିବାକୁ ଦେଢ଼କୋଟି : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଛି। ଏଥିଲାଗି ପ୍ରତି ମାସରେ ଦେଢ କୋଟି ଟଙ୍କା ହେଲିକପ୍ଟର ବାବଦ ଖର୍ଚ୍ଚ କରାଯାଇଛି। ଗଲା ୩ ବର୍ଷ ଭିତରେ ୪୦ କୋଟି ଟଙ୍କା ଏ ବାବଦ ଖର୍ଚ୍ଚ କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ କହିଛନ୍ତି। ଯଦି ହେଲିକପ୍ଟର ବ୍ୟବହାର କରାଯାଇ ନଥାଆନ୍ତା ତେବେ ଛଅମାସର ଏହି ଯାତ୍ରାକୁ ଦେଢ଼ବର୍ଷ ଲାଗିଥାଆନ୍ତା ବୋଲି ସେ କହିଛନ୍ତି। ବିଗତ କିଛିଦିନ ହେଲା ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ହେଲିକପ୍ଟର ବ୍ୟବହାର ସମ୍ବନ୍ଧରେ ବିରୋଧୀ ଅଭିଯୋଗ ଆଣିଥିଲେ। 


4. ୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ: ଆଜି ୫୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ୪୬ଟି ସ୍ଥାନରେ ଆୟୋଜିତ ହୋଇଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ବିଭିନ୍ନ ସରକାରୀ ଦପ୍ତରରେ ଏହି ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। ନୂଆଦିଲ୍ଲୀର ରାଇସିନା ରୋଡସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।କେନ୍ଦ୍ର ସରକାରଙ୍କ ନିଯୁକ୍ତି ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ନିଯୁକ୍ତି ଦିଆଯାଇଛି।


5. ପ୍ରତାପଙ୍କୁ ଅଡ଼ୁଆ : ମାହାଙ୍ଗା ଡବଲ୍‍ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଝଟକା ଲାଗିଛି। ତାଙ୍କୁ ପକ୍ଷଭୁକ୍ତ କରିବାର ଆବେଦନକୁ ବିଚାର କରି ମାମଲା ଚଳାଇବାକୁ କୋର୍ଟ  ନିର୍ଦ୍ଦେଶ ଦାଇଛନ୍ତି। ଏହିକ୍ରମରେ ତାଙ୍କ ମାମଲାର ଶୁଣି ହେବ। ଭୁବନେଶ୍ୱରର ସ୍ୱତନ୍ତ୍ର ଅଦାଲତ ଏହି ମାମଲା ଶୁଣାଣି କରିବ। ହତ୍ୟା, ଷଡ଼ଯନ୍ତ୍ର ଭଳି ଅନେକ ସଙ୍ଗୀନ ଦଫା ତାଙ୍କ ନାଁରେ ରହିଛି।


6. ଏନ୍‍ଡିଏରୁ ଅଲଗା ହେଲା ଏଆଇଏମକେ : ତାମିଲ୍‍ନାଡ଼ୁରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ସହଯୋଗୀ ଏଆଇଏଡିଏମକେ ମେଣ୍ଟରୁ ବାହାରିଯିବାକୁ ଘୋଷଣା କରିଛି। ରାଜ୍ୟ ମୁଖ୍ୟଙ୍କ ଆଭିମୁଖ୍ୟକୁ ସହ୍ୟ ନକରିପାରି ଦଳ ଏହି ନିଷ୍ପତ୍ତି ନେଇଛି। ସର୍ବସମ୍ମତିକ୍ରମେ ଏକ ଉଚ୍ଚସ୍ତରୀୟ ବୈଠକ ଏହି ନିଷ୍ପତ୍ତି ନେଇଥିବା ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ତାଙ୍କ ଦଳ ପ୍ରତି ଯେଉଁଭଳି ଭାବେ କ୍ରମାଗତ ଭାବେ ବିରୋଧୀ ପୟାନ ଦେଉଛନ୍ତି ତାହାକୁ ନିନ୍ଦା କରାଯାଇଛି।  ଏହାଦ୍ୱାରା ବିଜେପି ସହ ସମ୍ପର୍କ ଛିନ୍ନ କରିଛି ଏଆଇଏଡିଏମକେ।


7. ଡିଜିଜ୍‍ ଏକ୍ସ: କୋଭିଡ୍‍ ୧୯ ମହାମାରୀଠାରୁ ଆହୁରି ଭୟାନକ ମହାମାରୀ ବିଶ୍ୱକୁ କବଳ କରିବାକୁ ଯାଉଛି। ଏପରି ଆଶଙ୍କା କରିଛନ୍ତି ୟୁକେର ବୈଜ୍ଞାନିକମାନେ। ଏହି ନୂଆ ଭୂତାଣୁ ୧୯୧୮-୧୯୨୦ ଭିତରେ ହୋଇଥିବା ସ୍ଫାନିଶ୍‍ ଫ୍ଲୁଭଳି ଭୟଙ୍କର ହୋଇପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ଭୂତାଣୁ ଜନିତ ରୋଗକୁ “ଡିଜିଜ୍‍ ଏକ୍ସ’’ ନାମକରଣ କରାଯାଇଛି। ୨୦୨୦ରେ ଆରମ୍ଭ ହୋଇଥିବା କୋଭିଡ୍‍୧୯ ଦ୍ୱାରା ବିଶ୍ୱରେ ୨୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। 


8. ସୁପ୍ରିମକୋର୍ଟରେ ସାଇନ୍‍ ଲାଙ୍ଗୁଏଜ୍‍ : ପ୍ରଥମଥର ପାଇଁ ସୁପ୍ରିମ୍‍ କୋର୍ଟରେ ଜଣେ ବଧିର ଆଇନଜୀବୀଙ୍କୁ ନିଜ ମତ ରଖିବାକୁ ସୁଯୋଗ ମିଳିଛି। ସେ ସାଙ୍କେତିକ ଭାଷାରେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି। ତାଙ୍କ ସଙ୍କେତକୁ ରୂପାନ୍ତରିତ କରିବା ଲାଗି ଜଣେ ଇଣ୍ଟରପ୍ରିଟର କାର୍ଯ୍ୟ କରିଥିଲେ। ଭର୍ଚ୍ଚୁଆଲ୍‍ ମୋଡ ରେ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ଏହି ମାମଲା ଶୁଣାଣି ହୋଇଥିଲା। ଏଠାରେ ମୁଖ୍ୟ ବିଚାରପତି ସମ୍ପୃକ୍ତ ଆଇନଜୀବୀ ସାରା ସନ୍ନିଙ୍କୁ ସ୍କ୍ରିନ୍‍ ସାମ୍ନାରେ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ଅନୁମତି ଦେଇଥିଲେ।


9. ବିଦେଶୀ ଗ୍ରାଣ୍ଟ ନେଉଥିବା ସଂସ୍ଥା କରିବେ ସମ୍ପତ୍ତି ଘୋଷଣା: ବୈଦେଶିକ ଅବଦାନ ସଂଗ୍ରହ ତଥା ଗ୍ରହଣ ଲାଗି ପଞ୍ଜିକୃତ ସଂସ୍ଥାମାନେ ଏଣିକି ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଦାଖଲ କରିବେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ସେମାନଙ୍କ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବା ସମୟରେ ସେମାନେ ଏହି ତଥ୍ୟ ପ୍ରଦାନ କରିବେ। ବିଦେଶୀ ଅବଦାନ ନିୟନ୍ତ୍ରଣ ନିୟମ ୨୦୧୧ର ଏଥିନେଇ ସଂଶୋଧନ ହୋଇଛି।


10. ୩୦ରେ ଲଘୁଚାପ: ଆସନ୍ତା ୪ ଦିନ ରାଜ୍ୟର ପାଗ ସ୍ୱଭାବିକ ରହିବ। କିନ୍ତୁ ୩୦ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା, ଝଡ଼ ସୃଷ୍ଟିକରିପାରେ। ଏହି ଲଘୁଚାପ ଅବପାତର ରୂପ ନେବା ଆଶଙ୍କା ରହିଛି ବୋଲି ଆଇଏମ୍‍ଡି ପକ୍ଷରୁ କୁହାଯାଇଛି।