IAS Reshuffle: ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ବରିଷ୍ଠ ଆଇଏଏସ୍‍ଙ୍କ ଦାୟିତ୍ୱରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ  କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଆସିଥିବା ୨୦୧୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଅରିନ୍ଦମ ଡାକୁଆଙ୍କୁ ମ୍ୟୁନିସିପାଲିଟି ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ।  ସେହିପରି ୨୦୦୦ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ତଥା ସାଧାରଣ ଉଦ୍ୟୋଗ ବିଭାଗର କମିଶନର ଥିବା ତେମଜେନ୍‍ ଓ୍ୱାପଙ୍ଗ ଆଓଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ୨୦୧୦ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ଏବେ କୃଷି ନିର୍ଦ୍ଦେଶକ ଦାୟିତ୍‍ୱ ତୁଲାଇବା ସହ କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। 


COMMERCIAL BREAK
SCROLL TO CONTINUE READING


ରାଜ୍ୟପାଳଙ୍କ ସଚିବ ଥିବା ୧୯୯୯ ବ୍ୟୃାଚ୍‍ ଆଇଏଏସ୍‍ ଏନ୍‍ବିଏସ୍‍ ରାଜପୁତଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ପ୍ରଧାନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଏହା ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଏହି ଦାୟିତ୍ୱକୁ ଅତିରିକ୍ତ ଭାବେ ୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆଁଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ପୁନିଆ ଏବେ ଇପିକଲ୍‍ର ପରିଚାଳନା ନିର୍ଦ୍ଦେଶକ ରହିବା ସହ ଶି୍ପ ବିଭାଗର ସ୍‍ୱତନ୍ତ୍ର ସଚିବ ଏବହ ଇଡ୍‍କୋ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି।