ଭୁବନେଶ୍ୱର: ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଓ ନୌଦିବସ ପାଳନ ଉପଲକ୍ଷେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏଥିସହ ନିକଟବର୍ତ୍ତୀ ମଦର୍ସ ପବ୍ଲିକ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ ମଧ୍ୟ ବନ୍ଦ ରହିବ । କେବଳ ସେତିକି ନୁହେଁ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ ।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ, NCERT ଦ୍ବାରା ପରିଚାଳିତ PARAKH ପରୀକ୍ଷା ହେବ । ପୁରୀ ପୌରପାଳିକା ଅନ୍ତର୍ଗତ କେନ୍ଦ୍ର ଓ ପ୍ରଭୁଶ୍ରୀ ଇଂଲିଶ ମିଡିୟମ ସ୍କୁଲରେ ହେବ ।


ଆପଣଙ୍କୁ କହିରଖୁଛୁ ଯେ, ପୁରୀରେ ଆସନ୍ତା କାଲି ସନ୍ଧ୍ୟାରେ ଆୟୋଜିତ ହେବ ନୌସେନା ଦିବସ। ଏଥିଲାଗି ପ୍ରଥମଥର ପୁରୀ ସମୁଦ୍ରକୂଳରେ ଭାରତୀୟ ନୌସେନା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାମରିକ କୌଶଳପ୍ରଦାନ ଲାଗି  ନୌସେନାର ଯୁଦ୍ଧ ଯାହାଜ ଏବଂ ଉଡ଼ା ଜାହାଜ ପୂର୍ବରୁ ସମସ୍ତ ଅଭ୍ୟାସ ଓ ପ୍ରସ୍ତୁତି ଶେଷ କରିଛନ୍ତି। ରାଷ୍ଟ୍ରପତି ଏହି ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହାସହ ପୁରୀର ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ଏହି ଉତ୍ସବର ସାକ୍ଷୀ ହେବା ଲାଗି ପ୍ରଶାସନ ନିମନ୍ତ୍ରଣ କରିଛି। ପୁଣି ସାଧାରଣ ଜନତାଙ୍କ ପାଇଁ ପୁରୀ ସମୁଦ୍ରକୂଳରେ ଏହି ଉତ୍ସବରେ ପ୍ରଦର୍ଶିତ ଯୁଦ୍ଧ କୌଶଳକୁ ଉପଭୋଗ କରିବା ଲାଗି ବ୍ୟବସ୍ଥା କରାଯାଇଛି।


ପୁରୀରେ ଜାତୀୟ ନୌସେନା ଦିବସର ଏହି ଅପୂର୍ବ ଆୟୋଜନକୁ ଉପଭୋଗ କରିବା ଲାଗି ଭୁବନେଶ୍ୱରରୁ ପୁରୀକୁ ସ୍ୱତନ୍ତ୍ର ବସ୍‍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଏନେଇ କ୍ରୁଟ୍‍ ପକ୍ଷରୁ ନୂଆ ବସ୍‍ ରୁଟ୍‍ ଘୋଷଣା କରାଯାଇଛି। ରୁଟ୍‍ ସଂଖ୍ୟା ୫୦, ୫୧, ୫୪, ୫୮, ୫୯ ଏବଂ ୬୦ରେ ଯାଉଥିବା ବସ୍‍ ଚଢ଼ି ପୁରୀ ଯିବା ଲାଗି ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଚାଲୁଥିବା ନିୟମିତ ରୁଟ୍‍ ୫୨, ୫୩ ଓ ୬୧ ନମ୍ବର ବସ୍‍କୁ ବାତିଲ କରାଯାଇଛି।


ନୌସେନା ଦିବସ ପାଳନ ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ରାତି ପାହିଲେ ପୁରୀ ବେଳାଭୂମିରେ ଲାଗିବ ଗହଳୀ । ସମୁଦ୍ର ଏବଂ ଆକାଶରେ ପାରଦର୍ଶିତା ଦେଖାଇବ ଭାରତୀୟ ନୌସେନା । ଏହି କାର୍ଯ୍ୟକ୍ରମର ଶୋଭା ବଢାଇବା ପାଇଁ ଯୁବ ଇଞ୍ଜିନିୟର ବିଶ୍ୱଜିତ୍ ନାୟକ ନୌସେନା ଦିବସ ଅବସରରେ କେବଳ ଆଇସକ୍ରିମ କାଠରେ ଗଢିଛନ୍ତି INS Vikrantର ପ୍ରତିକୃତି। ନୌସେନା ଦିବସରେ  INS Vikrant ଜାହାଜର ଏକ ମଡେଲ ତିଆରି କରିଛନ୍ତି। ଯାହାର ଉଚ୍ଚତା ରହିଛି "16 ଇଞ୍ଚ" ଏବଂ ଲମ୍ବ "23 ଇଞ୍ଚ" । ଏଥିରେ ମୋଟ 675 ଖଣ୍ଡ ଆଇସକ୍ରିମ କାଠି ବ୍ୟବହାର କରାଯାଇଛି । ଏହି ଯୁଦ୍ଧ ଜାହାଜର ପ୍ରତିକୃତିକୁ ସଂପୂର୍ଣ୍ଣ କରିବାକୁ ୩ ଦିନ ସମୟ ଲାଗିଛି । ଏଥିରେ ଅଠା ଏବଂ ନୂଆ ଆଇସ୍କ୍ରିମ୍ ଷ୍ଟିକ୍ ବ୍ୟବହାର କରାଯାଇଛି ।


ଅନ୍ୟପଟେ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ Indian Navy Day ଉପଲକ୍ଷେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା କୃତି। ପୁରୀରେ ବ୍ଲୁଫ୍ଲାଗ ବିଚରେ ଅନୁଷ୍ଠିତ ହେବାକୁ ଥିବା Indian Navy Day ର ଭବ୍ୟ ଉତ୍ସବ ଉପଲକ୍ଷେ ବାଲୁକା କଳା ମାଧ୍ୟମରେ ମାନସ ଭାରତୀୟ ନୌସେନାର ଗାଥାକୁ ପ୍ରଦର୍ଶିତ କରିଛନ୍ତି । ସେ ତାଙ୍କ ବାଲୁକା କଳାରେ Indian Navy: The Crown Jewel ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୮ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାଟି ୨୦ଫୁଟ ଓସାର ବିଶିଷ୍ଟ । ଏଥିରେ ମୋଟ ୧୦ ଟନ ବାଲି ବ୍ୟବହାର କରାଯାଇଛି ବୋଲି ମାନସ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Also Read- Top 10 News Today: ରାତି ପାହିଲେ ନୌସେନା ଦେଖାଇବ ଜଲୱା... ଖବର ସହ ଅନ୍ୟାନ୍ୟ ଅପଡେଟ୍


Also Read- Potato Price Rise: ଓଡ଼ିଶା ପରେ ଆଉ ଦୁଇ ରାଜ୍ୟରେ ଆଳୁ ବିବାଦ, ଲୋକସଭାରେ ଉଠିଲା ପ୍ରସଙ୍ଗ