1-ରତ୍ନ ଭଣ୍ଡାର ଖୋଲିବାର ଶୁଭ ସମୟ ଅପରାହ୍ନ ୧ଟାରୁ ୧ଟା ୩୦। ଖୋଲିବା ପୂର୍ବରୁ ମହାଲକ୍ଷ୍ମୀ ଓ ଲୋକନାଥଙ୍କ ଆଜ୍ଞାମାଳ ଆସିବ। 


COMMERCIAL BREAK
SCROLL TO CONTINUE READING

2-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସମସ୍ତ କାର୍ଯ୍ୟର ମୁଖ୍ୟ ପୁରୋଧା ହେବେ। ତାଙ୍କୁ ସହାୟକ ହେବା ପାଇଁ ସେବାୟତ ପ୍ରତିନିଧି, ବିଶେଷଜ୍ଞ ଓ ଅନ୍ୟ କାର୍ଯ୍ୟକର୍ତ୍ତା ରହିବେ। 


3-ପ୍ରଥମେ ଚାବି ଖୋଲି ରତ୍ନ ଓ ଗହଣା ଥିବା ବାକ୍ସକୁ ସ୍ୱତନ୍ତ୍ର ସ୍ଥାନକୁ ନିଆଯିବ। ଏଥିଲାଗି ୨ଟି ସ୍ଥାନ ଚିହ୍ନଟ କରାଯାଇଛି। 


4-ଚାବି ନ ଖୋଲିଲେ ସ୍ୱଥନ୍ତ୍ର ଦଳ ଦ୍ୱାରା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ। 


5-ରତ୍ନ ଓ ଅଳଙ୍କାର ସ୍ଥାନାନ୍ତରଣ ପରେ ଏଏସ୍‍ଆଇ ବିଶେଷଜ୍ଞଙ୍କ ପକ୍ଷରୁ କୋଠରୀ ଯାଞ୍ଚ କରାଯାଇ ତାହାର ମରାମତି ପାଇଁ ପଦକ୍ଷେପ ନିଆଯିବ। 


6-କୋଠରୀ ମରାମତି ପରେ, ରତ୍ନ ବାକ୍ସଗୁଡ଼ିକୁ ପୂର୍ବସ୍ଥାନାକୁ ଅଣାଯାଇ ଗଣତି ମଣତି ହେବ। 


7-ପ୍ରତିଟି ଅଳଙ୍କାରର ଡିଜିଟାଲ୍‍ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ। ଅର୍ଥାତ୍‍ ଫଟୋ ଓ ଭିଡିଓଗ୍ରାଫ କରାଯିବ। 


8-ଗଣତି ସମୟରେ ରିଜର୍ଭ ବ୍ୟାଙ୍କ ପ୍ରତିନିଧି, ବିଶେଷଜ୍ଞ ଦଳ ରହିବେ ଯେଉଁମାନେ ଅଳଙ୍କାରର ଗୁଣାତ୍ମକ ଦିଗକୁ ବିଚାର କରି ରିପୋର୍ଟ ରଖିବେ। 


9-୧୯୭୮ ମସିହାରେ ଶେଷଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲାଯାଇଥିଲା। ସେତେବେଳେ ୪୫୪ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର, ୨୨ହଜାର ୧୫୩ ଭରିର ରୂପା ଅଳଙ୍କାର ରହିଥିବା ଜଣାପଡ଼ିଥିଲା। 


10-ରତ୍ନ ଭଣ୍ଡାର ଖୋଲିବା ସମୟରେ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର ମେଡିକାଲ ଦଳ ଓ ସ୍ନେକ ହେଲ୍ପଲାଇନ୍‍ ଦଳ ମୁତ୍ତୟନ ରହିବେ।