ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମୋହନ ଚରଣ ମାଝି ବୁଧବାର ଦିନ ଅନୁମୋଦନ କରିଛନ୍ତି। ଯାହାଫଳରେ ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ଶେଷ ହୋଇଛି।


COMMERCIAL BREAK
SCROLL TO CONTINUE READING

କହିରଖୁଛୁ ଯେ ରାଜ୍ୟର ବିଜେଡି ସରକାର ଥିବା ସମୟରେ ୨୦୧୭ ମସିହାରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଜପତି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ଏହାର ଅଧ୍ୟକ୍ଷ ଓ ସଦସ୍ୟ ପଦବୀରେ ବିଜେଡିର ଅନେକ  ନେତାମାନଙ୍କୁ ଥଇଥାନ କରାଯାଇଥିଲା । ଏହା ପରେ ୨୦୨୩ ମସିହା ମେ' ମାସରେ ଆଉ ୧୪ଟି ଜିଲ୍ଲାରେ ଏହି ସାମନ ପରିଷଦ ଗଠନ କରାଯାଇଥିଲା ।


ବୁଧବାର ଦିନ ବିଜେଡିର ଶାସନ କାଳରେ ଗଠିତ 'ସ୍ୱତନ୍ତ୍ର ଉନ୍ନୟନ ପରିଷଦ'କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ପୂର୍ଣ୍ଣ ଉଚ୍ଛେଦ କରିା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହୋଇଛି। କୁହାଯାଏ ଯେ ବିଜେଡି ସରକାର ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨୦୧୭ ମସିହାରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଓ ୨୦୨୩ ମସିହା ମେ' ମାସରେ ଆଉ ୧୪ଟି ଜିଲ୍ଲାରେ ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ।