Anubhav Mohanty & Varsha Priyadarshini Family Dispute: ଦିନ ବଢିବା ସହ ବଢି ବଢି ଚାଲିଛି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି (Anubhav Mohanty) ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ (Varsha Priyadarshini) ପାରିବାରିକ ବିବାଦ (Anubhav Varsha Dispute) । ଏହି ମାମଲାକୁ ନେଇ କଟକ ଫ୍ୟାମିଲି କୋର୍ଟରେ (Cuttack Family Court) ଛାଡ଼ପତ୍ର ଆବେଦନକୁ ଖାରଜ ହେବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟରେ ପହଁଞ୍ଚିଛନ୍ତି ସାଂସଦ (Anubhav Mohanty) । ଫ୍ୟାମିଲି କୋର୍ଟର (Family Court) ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ। ଏହା ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ମାମଲାକୁ ଖାରଜ କରିଥିଲା ଯାହାକୁ ନେଇ ପୁଣିଥରେ ହାଇକୋର୍ଟ (High Court) ଯାଇଛନ୍ତି ଅନୁଭବ । ତେବେ ଫ୍ୟାମିଲି କୋର୍ଟରେ ଆବେଦନ ଖାରଜ ପରେ ଗତ ମଙ୍ଗଳବାର ଦିନ ଭୋର ସମୟରେ ସାଂସଦ ଏକ ଆବେଗଭରା ଭିଡ଼ିଓ ଗଣମାଧ୍ଯମରେ ଅପଲୋଡ଼ କରିଥିଲେ । ଏହି ଭିଡ଼ିଓରେ ଅନୁଭବ ଛାଡ଼ପତ୍ର ଆବେଦନକୁ ଭଲରେ ଗ୍ରହଣ କରିବା ନେଇ ବର୍ଷାଙ୍କୁ ଅପିଲ କରିଥିଲେ । ବାପାଙ୍କ ସ୍ବାସ୍ଥ୍ୟ ଭଲ ନଥିବା ଓ ଏହି ବିବାଦ ନେଇ ପରିବାର ଲୋକଙ୍କ ସମସ୍ୟା ବଢୁଥିବା ନେଇ ଅନୁଭବ ଭିଡ଼ିଓ ମାଧ୍ୟମରେ ବର୍ଷାଙ୍କୁ ଜଣାଇଥିଲେ । ଏହାପରେ ଉଭୟ ଗତ ବୁଧବାର ଦିନ ସ୍ଥାନୀୟ ଏସଡ଼ିଜେଏମ୍ (SDJM Court) କୋର୍ଟରେ ହାଜର ହୋଇଥିଲେ । ସେହିଭଳି କିଛି ଦିନ ପୂର୍ବରୁ ଅନୁଭବ ବର୍ଷାଙ୍କ ପାଇଁ ଟ୍ବିଟରରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ସାଂସଦ ଝିଅ ବିଦା ସମୟର ଏକ ଫଟୋ ସେୟାର କରି ବର୍ଷାଙ୍କୁ ଟ୍ୟାଗ୍ କରିଥିଲେ । ଏହି ଫଟୋ ପୋଷ୍ଟ କରି ଅନୁଭବ ଲେଖିଥିଲେ, ‘ମୁଁ ତୁମକୁ ମୋ ହୃଦୟରୁ ବହୁତ ଭଲପାଏ। କିନ୍ତୁ ମୁଁ ଜାଣିନି କାହିଁକି ଆମ ବିବାହ ସଫଳ ହେଲାନି, ବିବାହ ବିଚ୍ଛେଦ ପରେ ଆମେ ଭଲ ବନ୍ଧୁ ହୋଇ ରହିପାରିବା ।  ଆମ ବିବାହ ବିଚ୍ଛେଦ ହେବା ତ ସୁନିଶ୍ଚିତ କିନ୍ତୁ ତାହା ସମ୍ମାନର ସହ ହେଉ ବୋଲି ମୁଁ ଚାହୁଁଛି'।


Also Read-Odisha Weather: ଆସୁଛି ଲଘୁଚାପ, ରାଜ୍ୟରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ..


ସୂଚନାଯୋଗ୍ୟ, ବର୍ଷା ଓ ଅନୁଭବ (Anubhav Mohanty & Varsha Priyadarshini) ୨୦୧୪ ମସିହାରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ଯାଏଁ ସବୁକିଛି ଠିକଠାକ୍ ଚାଲିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ପ୍ରଥମେ ଅନୁଭବ ୨୦୨୦ ମସିହାରେ ଦିଲ୍ଲୀ ପଟିଆଲା ହାଉସ୍‌ ଅଦାଲତରେ (Delhi Patiala House Court) ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିଲେ। ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟଙ୍କ (Supreme Court) ଦ୍ବାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର୍‌ ପିଟିସନ୍‌କୁ ଅନୁମତି ଦେଇଥିଲେ। ତେବେ ୨୦୨୧ ମସିହା ଏପ୍ରିଲ୍‌ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଉଭୟଙ୍କ ପକ୍ଷରୁ ରୁଜୁ ମାମଲାର ଏକତ୍ର ଶୁଣାଣି କଟକ ପରିବାର ଅଦାଲତରେ (Cuttack Family Court) ହୋଇଥିଲା।