Odisha Weather: ଆସୁଛି ଲଘୁଚାପ, ରାଜ୍ୟରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ..
Advertisement
Article Detail0/zeeodisha/odisha1918641

Odisha Weather: ଆସୁଛି ଲଘୁଚାପ, ରାଜ୍ୟରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ..

Odisha Weather: ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ପରେ ପୁଣି ବର୍ଷା ଆଶଙ୍କା। ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପଳାଇଯିବା ପରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା କାରଣରୁ ପ୍ରବଳ ଗରମରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି। 

Odisha Weather: ଆସୁଛି ଲଘୁଚାପ, ରାଜ୍ୟରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ..

Odisha Weather: ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ପରେ ପୁଣି ବର୍ଷା ଆଶଙ୍କା। ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପଳାଇଯିବା ପରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା କାରଣରୁ ପ୍ରବଳ ଗରମରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି। ଏହାରି ମଧ୍ୟରେ ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ(Meteorological Centre, Bhubaneswar) । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ଉପରେ ତାପମାତ୍ରା ରହିବ । ଏହାପରେ ପାଗ ବଦଳିବା ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ(Low Pressure) ସୃଷ୍ଟି ହେବାର ସମ୍ଭାବନା ରହିଛି । ତା ପର ଦିନ ଅର୍ଥାତ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଯାଏ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚଳିତ ବର୍ଷ ଦୁର୍ଗା ପୂଜା ଫିକା ପଡ଼ିବା ନେଇ ଆଶଙ୍କା କରାଯାଉଛି।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨୩ ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏଥି ସହ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ ମଧ୍ୟ କୋହଲା ରହିବ ବୋଲି ସୂଚନା ଦେଇଛି ବିଭାଗ । ୱିଣ୍ଡି ଡଟକମରେ ଜିଏଫଏସ୍ ମଡେଲର ଆକଳନ ଅନୁଯାୟୀ, ଆସନ୍ତା ରବିବାର ଦିନ ରାତି ୧୦ଟା ସୁଦ୍ଧା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ । ଏହା ଓଡ଼ିଶା ମୁହାଁ ହେବା ସହ ଅକ୍ଟୋବର ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳରେ ରହିପାରେ । ଏହାପରେ ଗୋପାଳପୁର ଓ ଚିଲିକା ମଝିରେ ସ୍ଥଳଭାଗ ଛୁଇଁପାରେ । ଏହାର ପ୍ରଭାବରେ ୨୩ରୁ ୨୬ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି ।

Also Read: Weather Update: ଆସୁଛି ଲଘୁଚାପ, ବର୍ଷାରେ ଭିଜିବ ଦଶହରା!