ସମ୍ବଲପୁର: ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ସମ୍ବଲପୁର ପୁଲିସ। ଏଥିଲାଗି ବିହାର ଅଭିମୁଖେ ସମ୍ବଲପୁର ପୁଲିସ। ତାକୁ ୧୦ ଦିନଆ ରିମାଣ୍ଡରେ ଆଣି ତଦନ୍ତ କରିବ। ସୁନା ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ପଲ୍ଲୁ ସିଂହକୁ ରିମାଣ୍ଡରେ ଆଣିବ ପୁଲିସ। ସମ୍ବଲପୁର ପୋଲିସର ଏକ ଟିମ୍ ବିହାର ଗସ୍ତ କରିଛି । ୧୦ ଦିନିଆ ରିମାଣ୍ଡରେ ଆଣିବା ପାଇଁ ୩ ଜଣ ଅଫିସରଙ୍କ ସମେତ ୧୦ ଜଣ ପୋଲିସ ବିହାର ଯାଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ସୂଚନାଥାଉକି, ବିହାର ଜେଲରେ ଅଛି କୁଖ୍ୟାତ ଅପରାଧୀ ପଲ୍ଲୁ ସିଂହ। ଜେଲରେ ରହି ସେ ଡକାୟତିର ମାଷ୍ଟରପ୍ଲାନ୍ ତିଆରି କରିଥିଲା। ଗତ ୩ ତାରିଖରେ ସମ୍ବଲପୁର ମନ୍ନପୁରମ୍ ଗୋଲ୍ଡ ବ୍ୟାଙ୍କରୁ ୩୦ କେଜି ସୁନା ଲୁଟ୍ ହୋଇଥିଲା। ଘଟଣାରେ ପୂର୍ବରୁ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 


ସମ୍ବଲପୁର ସହରର ବୁଢ଼ାରଜା ସ୍ଥିତ ମଣପୁରମ୍‌ ଫାଇନାନ୍ସ ଲିମିଟେଡ୍‌ରେ ହୋଇଥିଲା ସଶସ୍ତ୍ର ଡକାୟତି । ସକାଳ ପ୍ରାୟ ୯.୪୫ରୁ ୧୦ଟା ମଧ୍ୟରେ ୬ରୁ ୭ ଜଣ ମୁଖାପିନ୍ଧା ଡକାୟତ ବନ୍ଧୁକ ଦେଖାଇ ୨୮କେଜିରୁ ଅଧିକ ଓଜନର ସୁନା ଓ ୪ଲକ୍ଷ ୮୧ ହଜାର ଟଙ୍କା ଲୁଟି ନେଇଥିଲେ।