Bada Osa 2023: ପବିତ୍ର କାର୍ତ୍ତିକ ମାସ ପଞ୍ଚୁକର(panchuka) ଆଜି ତୃତୀୟ ଦିନ । ଏ-ନେଇ ଉତ୍ସବ ମୁଖର ହୋଇ ପଡି଼ଛି ଧବଳେଶ୍ବର ପୀଠ (Dhabaleswar Pitha)। ପୀଠରେ ବଡ଼ଓଷାରେ (Bada Osa 2023)ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେ, କାଲିଠୁ ଦର୍ଶନ ବନ୍ଦ ଥିବାରୁ ଆଜି ଶ୍ରଦ୍ଧାଳୁମାନେ ମନ୍ଦିରର ଦ୍ବାର ଭାଙ୍ଗି ଭିତରକୁ ଧସେଇ ପସି ବାବାଙ୍କୁ ଦର୍ଶନ କରିଛନ୍ତି । ପ୍ରଶାସନ ଓ ସେବାୟତଙ୍କ ବିବାଦ ଯୋଗୁ ଆଜି ବଡ଼ ଓଷା ହୋଇପାରିବ କି ନାହିଁ ସେନେଇ ଆଶଙ୍କା ଦେଖାଦେଇଥିଲା । ଆଉ ଆଜି ଅସମ୍ଭାଳ ଭିଡ଼ ପୂଜକଙ୍କ ପ୍ରତିବାଦକୁ ନ ମାନି ମନ୍ଦିରକୁ ଧସେଇ ପଶିଥିଲେ ଭକ୍ତ। ଯେଉଁଥି ପାଇଁ ଉତ୍ତେଜନା ପ୍ରକାଶ ପାଇବା ସହ ଧବଳେଶ୍ବର ପୀଠରେ(Dhabaleswar dharshan) ଅସ୍ବାଭାବିକ ସ୍ଥିତି ଲାଗି ରହିଛି । 


COMMERCIAL BREAK
SCROLL TO CONTINUE READING

Also Read: LAccMI Bus: ଆଜିଠୁ ରାୟଗଡ଼ାରେ ଗଡି଼ବ ‘ଲକ୍ଷ୍ମୀ ବସ୍’,ଜାଣନ୍ତୁ କେତୋଟି ରୁଟରେ ମିଳିବ ସେବା ?


ସୂଚନା ଅନୁସାରେ, ଧବଳେଶ୍ବରଙ୍କ ପୀଠରେ ବ୍ୟାରିକେଟ୍ ଓ ସାଇକେଲ୍ ଷ୍ଟାଣ୍ତ ନିଲାମିକୁ ନେଇ ଶୁକ୍ରବାର ପୂଜା ସମିତି ମନ୍ଦିର ଆଗରେ ଧାରଣା ଦେଇଥିଲେ।  ସକାଳ ୧୦ଟା ରେ ପୂଜକମାନେ ଧାରଣା ଦେବା ଯୋଗୁଁ  ଭକ୍ତମାନେ ଦର୍ଶନ କରି ନ ପାରି ଲମ୍ବା ଲାଇନ୍ ଧାଢିରେ ଠିଆ ହୋଇଥିଲେ। କିଛି ସମୟ ପରେ, ବ୍ୟାରିକେଟ୍ ଖୋଲି ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ବାହାରକୁ ଛାଡିଦେଇଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଠିଆ ହୋଇ ଦର୍ଶନ ନ କରିପାରି ଅସନ୍ତୁଷ୍ଟ ହୋଇ ଫେରିଥିଲେ। 


ପଞ୍ଚୁକର ଦ୍ବିତୀୟ ଦିନ ରାତି ୩ଟାରୁ  ମନ୍ଦିରର ଦ୍ବାର ଫିଟା ଯାଇ ସମସ୍ତ ନୀତିକାନ୍ତି କରାଯାଇଥିଲା। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ଉତ୍ସାହର ସହ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁଙ୍କୁ ଧାଡିରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରିବା ଲାଗି ପ୍ରଶାସନ ପକ୍ଷରୁ କଂକ୍ରିଟ୍ ବ୍ରିଜ୍ ଠାରୁମନ୍ଦିର ବେଢା ପର୍ଯ୍ୟନ୍ତ  ବ୍ୟାରିକେଟ୍  ବ୍ୟବସ୍ଥା କରାଯାଇ ଶ୍ରଦ୍ଧାଳୁଙ୍କୁ ଛଡାଯାଇଥିଲା। କିନ୍ତୁ ଏହି ବ୍ୟାରିକେଟକୁ ନେଇ ପୂଜକ ସମିତି ଅସନ୍ତୁଷ୍ଟ ହୋଇଥିଲା। ଫଳରେ ପ୍ରଶାସନ ଓ ପୂଜକ ସମିତି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଆଠଗଡ ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ଅତିରିକ୍ତ ଏସପି  ଉପସ୍ଥିତ ରହି ପୂଜକ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ଓ ପୂଜା ସମିତି ଜିଦରେ ଅଟଳ ଯୋଗୁଁ ପୂଜକମାନେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ନିଷେଧ କରିବାରୁ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଆଜି ସକାଳୁ ଭକ୍ତ ଦର୍ଶନ ନ ପାଇ ଦ୍ବାର ଭାଙ୍ଗି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଥିଲେ।