Puri Jagannath Temple: ବନକଲାଗି ନୀତିକୁ ନେଇ ବିବାଦ ବଢିବାରେ ଲାଗିଛି । ମହାପ୍ରଭୁଙ୍କ ବନକଲାଗି ଲାଗି ନୀତିକୁ ନେଇ ଦତ୍ତ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରସାଶନ ମଧ୍ଯରେ ଛିଡୁନି ବାଦ ବିବାଦ । ଯାହା ଫଳରେ ନୀଳାଦ୍ରି ବିଜେର ୨୮ ଦିନ ପରେ ବି ହୋଇପାରିନି ବିଶ୍ବ ନିୟନ୍ତାଙ୍କ ବନକଲାଗି । ମନଇଚ୍ଛା ସମୟ ଗଡାଇ ଚାଲିଛି ଦାୟିତ୍ବରେ ଥିବା ଦତ୍ତ ମହାପାତ୍ର ନିଯୋଗ । ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ହୋଇଥିଲା । ଏହାର ସମାଧାନ ଲାଗି ଶୁକ୍ରବାର ଦିନ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ କମିଟି ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନଥିବା ବେଳେ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ବିଫଳ ହୋଇଛି ବନକଲାଗି ନୀତି ଲାଗି ବସିଥିବା ସବ କମିଟି ବୈଠକ । ତେବେ ଆସନ୍ତା ଅଗଷ୍ଟ ୧ ତାରିଖରେ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ବନକଲାଗି ନୀତି ବିବାଦକୁ ନେଇ ନରମିଛି ଦତ୍ତ ମହାପାତ୍ର ନିଯୋଗ । ଆସନ୍ତା ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି କରିବା ନେଇ ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ନିଯୋଗ ପକ୍ଷରୁ କୁହାଯାଇଛି ଯେ, ‘ଆମେ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛୁ, ଯଦି ଏହି ଦିନ ସମ୍ଭବ ନ ହେଲା, ଆମେ ଗୁରୁବାର ବନକଲାଗି କରିବୁ ବୋଲି ଶ୍ରୀ ଦାସ କହିଛନ୍ତି। ତେଣୁ ପରିଚାଳନା କମିଟି ବୈଠକର ଆବଶ୍ୟକତା ନାହିଁ ବୋଲି ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ କୁହାଯାଇଛି’ ।  ସେପଟେ ନୀତି ସବ କମିଟି ବୈଠକରେ ବାମଦେବ ସଂହିତା ଓ ରେକର୍ଡ଼୍ସ ଅଫ ରାଇଟସ୍ ଉପରେ ତର୍ଜମା କରାଯାଇଛି । ଅବହେଳା କରିଥିବା ସେବାୟତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆ ଯିବ କି ନାହିଁ, ସେ ନେଇ ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିନାହାନ୍ତି । ଏମିତିକି କି ବିକଳ୍ପ କଥାକୁ ମଧ୍ଯ ଏଡ଼ାଇଯାଇଛନ୍ତି । ଦିନକ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସବ କମିଟି ବୈଠକ ପରେ ନିଷ୍କର୍ଷ ବାହାରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ବୈଠକ ପରେ ତାଙ୍କ ସ୍ୱର ବଦଳିଥିବା ଦେଖିବାକୁ ମିଳିଛି । ସେପଟେ କିନ୍ତୁ ବନକଲାଗି କେବେ ହେବ ଓ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ କ’ଣ ପଦକ୍ଷେପ ନେବ, ସେନେଇ ଶ୍ରଦ୍ଧାଳୁ ଅପେକ୍ଷାରେ ରହିଛନ୍ତି ।


Also Read- Padmini Ekadashi 2023: ଆଜି ମଳ ମାସ ପଦ୍ମିନୀ ଏକାଦାଶୀ, ସନ୍ତାନ ପ୍ରାପ୍ତି ଲାଗି କରନ୍ତୁ ଏହି ବିଶେଷ ପୂଜା ବିଧି!


Also Read- Horoscope Today 29 July 2023: ଏହି ୩ ରାଶିରେ ରହିଛି ଘାତଚନ୍ଦ୍ର ଯୋଗ, ମାଲେମାଲ୍ ହେବେ ଏହି ୪ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


ପ୍ରକାଶ ଥାଉ କି, ମହାପ୍ରଭୁ ମାନବଦେହୀ । ମଣିଷ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରନ୍ତି, ସେଭଳି ମହାପ୍ରଭୁଙ୍କର ଶ୍ରୀମୁଖ ସିଂହାର ବା ବନକଲାଗି କରାଯାଏ। ସ୍ବତ୍ବଲିପି ଅନୁଯାୟୀ, କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି। ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପରେ ନୀଳାଦ୍ରି ବିଜେର ୭ରୁ ୮  ଦିନ ଭିତରେ ବନକଲାଗି ନୀତି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ମଧ୍ଯରେ ବିବାଦ ଯୋଗୁଁ ଏହି ନୀତି ବର୍ତ୍ତମାନ ସୁଦ୍ଧା ହୋଇପାରିନି। ଫଳରେ ଭକ୍ତଙ୍କ ମଧ୍ଯରେ ଅସନ୍ତୋଷ ବଢିବାରେ ଲାଗିଛି ।