Clay Utensils: ମାଟି ପାତ୍ରର ବହୁଳ ବ୍ୟବହାର କରିବା କ୍ଷେତ୍ରରେ ସରିତା ପଣ୍ଡାଙ୍କ ପ୍ରୟାସ
Berhampur Social Worker: ପ୍ରାଚୀନ ସଂସ୍କୃତି ଏବଂ ପରମ୍ପରାର ପୁନରୁଦ୍ଧାର ପାଇଁ ଅଭିନବ ପ୍ରୟାସ କରିଛନ୍ତି ବ୍ରହ୍ମପୁର ସହରର ପରମ୍ପରା ପ୍ରବର୍ତିକା ତଥା ସମାଜସେବିକା ସରିତା ପଣ୍ଡା।
Berhampur Clay Utensils: ଦିନ ଥିଲା ମାଟି ତିଆରି ଉପକରଣରେ ଆମ ପୂର୍ବପୁରୁଷଙ୍କ ଘର ଚଳୁଥିଲା। ସମୟ ବଦଳିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ମଧ୍ୟ ବଦଳିଛି। କଂସା ବାସନ କୁସନ ବ୍ୟବହାର ଅନୁକ୍ରମରେ ଚମକ ସୃଷ୍ଟି କରୁଥିବା ଷ୍ଟିଲ ସାମଗ୍ରୀର ବହୁଳ ବ୍ୟବହାର ଚାଲିଛି। ଏହା ସହ ପାଶ୍ଚାତ୍ୟ ଢାଞ୍ଚାରେ ଚୀନୀ ଏବଂ ପ୍ଳାଷ୍ଟିକ ତିଆରି ଘର ଉପକରଣରେ ଆମେ ନିର୍ଭରଶୀଳ ହୋଇସାରିଲେଣି। ହେଲେ ଏହାର ବ୍ୟବହାର ଆମ ଶରୀରକୁ ଅନେକ କ୍ଷତି ପହଞ୍ଚାଉଛି। ଅନ୍ୟପକ୍ଷରେ ମାଟି ତିଆରି ଉପକରଣ ବିଲୋପ ହେବାକୁ ବସିଲାଣି। ଏହାର ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି ବ୍ରହ୍ମପୁର ସହରର ପରମ୍ପରା ପ୍ରବର୍ତିକା ତଥା ସମାଜସେବିକା ସରିତା ପଣ୍ଡା।
ମାଟି ପାତ୍ର ଉପରେ ୟୁଟ୍ୟୁବ ଭିଡ଼ିଓ ଦେଖିବା (YouTube Video Clay Utensils) ସରିତା ପଣ୍ଡାଙ୍କ (Berhampur Social Worker) ମାଟି ପାତ୍ର (Clay Pot) ପ୍ରତି ଦୁର୍ବଳତା ଜାତ ହୁଏ। ବିଭିନ୍ନ ମେଳା ମହୋତ୍ସବରେ ମାଟିରେ ନିର୍ମିତ କଣ୍ଢେଇ ଦେଖି ଆକର୍ଷିତ ହୁଅନ୍ତି। ମନେ ମନେ ଭାବନ୍ତି ମହାପ୍ରଭୁ ଆମ ମାଟି ମାଆକୁ ଛାଡ଼ିନାହାନ୍ତି। ଶ୍ରୀମନ୍ଦିରରେ ପବିତ୍ର ଛପନ ଭୋଗ ମାଟି ପାତ୍ରରେ ପ୍ରସ୍ତୁତ ହେଉଛି। ମୁଁ ଘରେ ମାଟି ହାଣ୍ଡିରେ ରୋଷଇ କରିବି ଏବଂ ଏହାର ଉପାଦେୟତା ତଥା ଉପକାରିତା (Benefits of Clay Utensils) ବିଷୟର ପ୍ରଚାର ପ୍ରସାର କରିବିl ସମସ୍ତେ ଚୀନ ତିଆରି ସାମଗ୍ରୀ (China Made Product) ବ୍ୟବହାର କରୁଛନ୍ତି। ଆଉ ଏହାର ବ୍ୟବହାର ଦ୍ୱାରା ଆମର ପଇସା ବିଦେଶକୁ ଯାଉଛିl
ଆମେ ଯଦି ମାଟିରେ ନିର୍ମିତ ଉପହାର (Clay Made Gift) ସାମଗ୍ରୀ ଯଥା ଦୀପ, ଫୁଲଦାନୀ, କଳସ ଆଦି ଅନେକ କିଛି ଘରେ ରଖିବା ତାହେଲେ ଗୃହରେ ଏକ ସାତ୍ଵିକ ପରିବେଶ ଶୃଷ୍ଟି ହେବ। ଏହା ଆମ ପରମ୍ପର ଏବଂ ଆମ ଟଙ୍କା ଆମ ଦେଶରେ ରହିବ ତାପରେ ସରିତା କୁମ୍ଭାରଙ୍କୁ (Potter Community) ଯୋଗାଯୋଗ କରି ସେମାନଙ୍କ ଠାରୁ ଅନେକ ଖାଲି ଛାଞ୍ଚରୁ ବାହାରିଥିବା ଉପହାର ସାମଗ୍ରୀ କିଣି ଆଣିଥାନ୍ତି। ନିଜେ ପରିବାର ବର୍ଗଙ୍କ ସହିତ ମିଶି ସେଗୁଡିକୁ ବିଭିନ୍ନ ରଙ୍ଗରୂପ ଦେଇ ବିଭିନ୍ନ ଲୋକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥାନ୍ତି। ନିଜ ଘରେ ମଧ୍ୟ ବିଭିନ୍ନ ସ୍ଥାନର କୁମ୍ଭାରଙ୍କ ଠାରୁ ଅନେକ କିସମର ମାଟିରେ ନିର୍ମିତ ବାସନ କୁସନ, ସୁରେଇ ଏବଂ ବିଭିନ୍ନ ପ୍ରକାରର ବ୍ୟବହାର ସାମଗ୍ରୀ କିଣି ଆଣି ଏହାକୁ ବ୍ୟବହାର କରିଥାନ୍ତି। ମନରେ ରଖିଥାନ୍ତି ମୁଁ ଦିନେ ବହୁଳ ଭାବରେ ଏହାର ପ୍ରଚାର କରିବି। ଯାହାଦ୍ୱାରା ଆମର କୁମ୍ଭାରଙ୍କ ଯେଉଁ କୌଳିକ ବୃତ୍ତି ଲୋପ ପାଇବାକୁ ଯାଉଛି ତାହାର ପୁନରୁଦ୍ଧାର ହୋଇପାରିବ।
ପିଲାବେଳୁ ସରିତା ତାଙ୍କ ଘରେ ଆୟୁର୍ବେଦର (Ayurved) ବହୁଳ ବ୍ୟବହାର ଦେଖିଆସିଛନ୍ତି। ଆୟୁର୍ବେଦିକ ଚିକିତ୍ସା (Ayurvedic Treatment Therapy) ଉପରେ ତାଙ୍କର ରହିଛି ଅଗାଢ ବିଶ୍ୱାସ। ବର୍ତ୍ତମାନ ଜୀବନରେ ବହୁତ କିଛି କରି ଆଗକୁ ବଢିବାକୁ ଇଛା ରହିଛି। ସ୍ୱାମୀ ଆୟୁର୍ବେଦିକ କମ୍ପାନୀ ଠାରେ ଅନେକ ବର୍ଷ କାମ କରିଛନ୍ତି। ତାଙ୍କ ଠାରୁ ଅନେକ କିଛି ଶୁଣିଛନ୍ତି ସେ। ଦ୍ୱିପ୍ରହର ସମୟରେ ହେମଦସ୍ତାରେ ଛେଚି ଛେଚି ଗୁଣ୍ଡ କରନ୍ତି ହରିଡ଼ା, ବାହାଡା, ଅଁଳା, ହଳଦୀ। ସକାଳୁ ଉଠି ନିଜ ବଗିଚାରୁ ସ୍ୱାମୀ-ସ୍ତ୍ରୀ ତୋଳିଥାନ୍ତି ଆମ୍ବ, ପିଜୁଳି, ମନ୍ଦାର, ମେହେନ୍ଦି ସମେତ ଅନେକ ପତ୍ର। ହାଲୁକା ଖରାରେ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତି। ଲେମ୍ବୁ କମଳା ଚୋପା ସଂଗ୍ରହ କରି ଶୁଖାଇ ପାଉଡର ପ୍ରସ୍ତୁତ କରିଥାନ୍ତି। ସ୍ୱାମୀ ଜଣେ ରିସର୍ଚ୍ଚ ହୋଲଡର। ସବୁଥିରେ ତାଙ୍କ ପରାମର୍ଶ ଗ୍ରହଣ କରନ୍ତି ସରିତା। ସ୍ୱାମୀ କୁହନ୍ତି ଯେ ସେ ଅନ ଲାଇନ୍ ମାଧ୍ୟମରେ ହର୍ବାଲିଜିମ୍ ଏବଂ ହେଲଥ କାଉନସେଲିଂ ପାଠ ପଢ।
ସବୁ କାମକ ରିବା ସହିତ ପାଠ ପଢ଼ନ୍ତି ସରିତା। ଚାଁହୁ ଚାଁହୁ ବିତିଗଲା ଏକ ବର୍ଷ। ପାଠ ପଢା ସରିଗଲା। ଏହା ଭିତରେ ବିଭିନ୍ନ ପ୍ରକାରର ତୈଳ ତଥା ପାଉଡର ପ୍ରସ୍ତୁତ କରି ବନ୍ଧୁ ବାନ୍ଧବଙ୍କୁ ବାଣ୍ଟି ସୁଫଳ ପାଇ ସାରିଛନ୍ତି l ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରାକୃତିକ ଉପାୟରେ ସମାହାରିତ ସୌନ୍ଦର୍ଯ୍ୟ, ପିଲାଙ୍କ ବିକାଶ, ମାଟି ଚିକିତ୍ସା, ପରମ୍ପରା, ରନ୍ଧନ ଆଦିକୁ ନେଇ କିଛି ପୁସ୍ତକ ରଚନା କରିସାରିଛନ୍ତିl ସ୍ୱାମୀ କୁହନ୍ତି ଆମେ ଆୟୁଷ ବିଭାଗ (Ayush Department) ପାଖରୁ ଲାଇସେନ୍ସ ଆଣି ଏକ ଘରୋଇ କମ୍ପାନୀ କରିବା। ଆଉ ଏହି ସ୍ବପ୍ନ ପୂରଣ କରିଦିଅନ୍ତି ଭଗବାନ। ଘର ପଛପଟ ଯୋଡିଏ ବଖରାରେ ଆରମ୍ଭ ହୁଏ ଆୟୁର୍ବେଦ ଔଷଧ (Ayurvedic Medicine) ଉତ୍ପାଦନ। କିଛି ମହିଳାଙ୍କ ସହିତ ମିଶି ସମାଜସେବିକା ସରିତା ପଣ୍ଡା ଆରମ୍ଭ କରନ୍ତି ଔଷଧ ପ୍ରସ୍ତୁତି। କଲେଜ କାମ ସାରି ଘରକୁ ଫେରିବା ଏହି କାମରେ ତାଙ୍କୁ ସାହାଯ୍ୟ କରନ୍ତି ତାଙ୍କ ସ୍ୱାମୀ।