Odisha News: ଭାରତ ବର୍ଷରୁ ପ୍ରାୟ ୭୮ ବର୍ଷ ହେବ ବ୍ରିଟିଶ ଶାସନ ଲୋପ ପାଇଛି । ତଥାପି ଇଂରେଜ ସରକାରଙ୍କ ବାଣିଜ୍ୟକ ପେଣ୍ଠ ସ୍ଥଳୀ ଓ ସ୍ମାରକୀ ଆଜି ବି ଅନେକ ସ୍ଥାନରେ ଦଣ୍ଡାୟମାନ ରହିଛି । ବ୍ରିଟିଶ ମାନଙ୍କ ବାଣିଜ୍ୟ କାରବାରର ଚିତ୍ର ବହନ କରୁଥିବା ଅନେକ ସ୍ଥାନ ମଧ୍ୟ ସମୟ ସୁଅରେ ଲୁଚି ଗଲାଣି। ତଥାପି କିଛି ସ୍ଥାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଯାହାକି ବ୍ରିଟିଶ ନୌଜ୍ଞାଣିଜ୍ୟ ବ୍ୟବସ୍ଥାର ମୂଳ ସାକ୍ଷୀ ପାଲଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ଆଖୁଆପଦା ବୈତରଣୀ ନଦୀ କୂଳରେ ଦଣ୍ଡାୟମାନ ଶଙ୍ଖ ପୋଲ ମନେ ପକେଇ ଦେଉଛି ଇଂରାଜା ଶାସନର ନୌବାଣିଜ୍ୟ କଥା। ବୈତରଣୀ ନଦୀ ବନ୍ଧ ଠାରୁ ୩୦୦ ମିଟର ଦୂରରେ ଜରାଜୀର୍ଣ୍ଣ ନାଳ ଉପରେ ରହିଛି ବ୍ରିଟିଶ ନିର୍ମିତ ଶଙ୍ଖପୋଲ । ଇଂରେଜ ମାନେ ବାଲେଶ୍ଵର ପଟୁ କେନାଲ ଜଳ ପଥରେ ଆସି ଏହି ଶଙ୍ଖ ପୋଲ ନିକଟରେ ବିଶ୍ରାମ ନେଇଥିଲେ। ଏଠାରେ ମେଲଣ ପଡିଆକୁ ଲାଗି ଜନବସତି, ଡାକ ମେଳଣ ପଡିଆକୁ ଲାଗି ଜନବସତି, ଡାକ ପଡ଼ିଆ, ପୁରାତନ ବଜାର ମଧ୍ୟ ରହିଥିଲା । ଯାହିକି, ବାଣିଜ୍ୟିକ ସ୍ଥଳୀ ଭାବେ ପରିଚିତ ଥିଲା । ପୋଲ ନିକଟ ବୈତରଣୀ ନଦୀ ପାର ହୋଇ ଯାଜପୁର ଜିଲ୍ଲାର ରୁଢିଆ କେନାଲ ଜଳପଥ ଦେଇ ବ୍ୟବସାୟୀ ମାନେ କଟକ ଅଭିମୁଖେ ଯାଉଥିଲେ । କାଳକ୍ରମେ ବ୍ରିଟିଶ ଶାସନ ବିଦାୟ ନେଇଛି । ସେପଟେ ନଦୀର ଗତିପଥ ବଦଳି ଯିବା ଯୋଗୁଁ ଉକ୍ତ ସ୍ଥାନର ଭୌଗଳିକ ସ୍ଥିତିରେ ମଧ୍ୟ ଢେର ପରିବର୍ତ୍ତନ ହୋଇଛି। ଶଙ୍ଖ ପୋଲ ନିକଟରେ ଥିବା ଜନବସତି ସ୍ଥାନାନ୍ତର ହୋଇଯାଇଥିବା ବେଳେ ମେଳଣ ପଡିଆ, ଡାକ ପଡିଆ ଓ ବୈତରଣୀ ପଠା ଜଙ୍ଗଲରେ ପରିବର୍ତ୍ତନ ହୋଇଯାଇଛି ।


Also Read- Landslide: ଅରୁଣାଚଳ ପ୍ରଦେଶରେ ବଡ଼ ଧରଣର ଭୂସ୍ଖଳନ


Also Read- Fire Mishap: ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ପୁରା ହୋଟେଲ୍, ଫସି ରହିଛନ୍ତି ୬


କିନ୍ତୁ ଭଗ୍ନ ଅବସ୍ଥାରେ ଥିବା ଏହି ଶଙ୍ଖ ପୋଲ ବ୍ରିଟିଶ ଶାସନର ବାଣିଜ୍ୟିକ ବ୍ୟବସ୍ଥାକୁ ମନେ ପକାଇଦେଉଛି। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଣିଜ୍ୟିକ ଗାଥା ବହନ କରୁଥିବା ଉକ୍ତ ପୋଲର ରକ୍ଷଣାବେକ୍ଷଣ ହୋଇ ପାରିଲେ ଏହା ଏକ ପର୍ଯ୍ୟଟନ ସ୍ଥାନ ଭାବେ ମାନ୍ୟତା ପାଇ ପାରନ୍ତା ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ମତ ଦେଇଛନ୍ତି ।