Bhitarkanika: ଜାନୁଆରୀ ୫ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯିବ । ୯ ଦିନ ଧରି ଭିତରକନିକା ବନ୍ଦ ରହୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ବୁଲି ନଆସିବା ପାଇଁ ରାଜନଗର ବନବିଭାଗ ସୂଚନା ଦେଇଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବ।


COMMERCIAL BREAK
SCROLL TO CONTINUE READING

ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନା ରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ ବାରଣ କରାଯାଏ ।ଭିତରକନିକା ରେ ଥିବା ନଦୀ ନାଳ ସହ ଭିତରକନିକାକୁ ସଲଗ୍ନ ଥିବା ନଦୀ ନାଳମାନଙ୍କରେ ବଉଳା କୁମ୍ଭୀର ମାନଙ୍କର ଗଣନା କରାଯିବ। କୁମ୍ଭୀର ବିଶାରଦ ଡ଼ା ସୁଧାକର କର ଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ କୁମ୍ଭୀର ଗଣନା କରିବେ। ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟ ରେ କୁମ୍ଭୀର ଗଣନା କରାଯାଇଥାଏ | ଗତବର୍ଷ ଭିତରକନିକା ରେ ୧୭ ଶହ ୯୩ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ନେଇ ବନବିଭାଗ ଆଶା ରଖିଥିବା ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।


Also Read: Flight Service: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର, ଏହି ଦିନ ଜିଲ୍ଲାରେ ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ