Biju Patnaik International Airport: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଠାରେ ସ୍ଥାପିତ ହୋଇଥିବା ନୂତନ ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ର ହୋଇଛି ପରୀକ୍ଷାମୂଳକ ବ୍ୟବହାର। ଏହି ନୂତନ ଏଟିସି ବିମାନ ବନ୍ଦରରେ ରହିଥିବା ପୁରୁଣା ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାର ସମାନ୍ତରାଳ ଭାବେ କାର୍ଯ୍ୟ କରିବ। 


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ୱର ଏୟାରପୋର୍ଟ (Bhubaneswar Airport) ଠାରେ ବିମାନ ବନ୍ଦର ସହ ଜଡ଼ିତ କାର୍ଯ୍ୟକୁ ନିରବିଚ୍ଛିନ୍ନ କରିବା ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାର (Airport Air Traffic Control System) ସମାନ୍ତରାଳ କାର୍ଯ୍ୟ ଆବଶ୍ୟକ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (Biju Patnaik International Airport) ବିପିଆଇ (BPIA) ଠାରେ ସ୍ଥାପିତ ହୋଇଥିବା ନୂତନ ଏଟିସି ଟାୱାର (BPIA New ATC Tower) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ମଧ୍ୟ ପୁରୁଣା ଏଟିସି ଟାୱାର (BPIA Old ATC Tower) ଭଙ୍ଗାଯିବ ନାହିଁ। ଏହାକୁ ବିକଳ୍ପ ଭାବରେ ରଖାଯିବ। ଏୟାର ଟ୍ରାଫିକ କଣ୍ଟ୍ରୋଲ ଟାୱାର ଟ୍ରାଏଲ୍ ରନ୍ (Bhubaneswar Airport Air Traffic Control Tower Trial Run) ସମାପ୍ତ ହେବା ପରେ, ନୂତନ ଏଟିସି ଟାୱାର ସ୍ୱାଧନ ଭାବରେ କାର୍ଯ୍ୟ କରିବ।


ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସମାନ୍ତରାଳ ଭାବରେ କାର୍ଯ୍ୟ କରିବା ପରେ ଆସନ୍ତା ସେପ୍ଟେମ୍ବର ମାସରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (Director General of Civil Aviation) ଡିଜିସିଏ (DGCA) ଏହାର କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିବାର ସମ୍ଭାବନା ରହିଛି। ଅତ୍ୟାଧୁନିକ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ନୂତନ ଏଟିସି ଟାୱାର (Advanced Communication Technology Operated ATC Tower) ଆତ୍ମ ନିର୍ଭର ଭାରତ ଅଭିଯାନର (Atma Nirbhar Bharat Abhiyan) ଏକ ଉଦାହରଣ ହେବ। କାରଣ ଏହାର ନିର୍ମାଣରେ କେବଳ ସ୍ୱଦେଶୀ ଜ୍ଞାନକୌଶଳର ବ୍ୟବହାର କରାଯାଇଛି।



ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ଭୁବନେଶ୍ୱର ଅନ୍ତର୍ଜାତୀୟ ଏୟାରପୋର୍ଟ (Bhubaneswar International Airport) ଠାରେ ଏହାର ସଫଳତା ପରେ ଏହି ହାଇ-ଏଣ୍ଡ୍ ନ୍ୟାଭିଗେସନ୍ ଏବଂ ଅତ୍ୟାଧୁନିକ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା (High End Navigation and Communication Technology System) ଦେଶର ଅନ୍ୟାନ୍ୟ ବିମାନବନ୍ଦରରେ ମଧ୍ୟ ଲାଗୁ କରାଯିବ। ଏହାର ପ୍ରଯୁକ୍ତିବିଦ୍ୟା ବୈଶିଷ୍ଟ୍ୟ ଏୟାର ଟ୍ରାଫିକ ନିୟନ୍ତ୍ରଣ କରିବାରେ ସହଜତା ନିଶ୍ଚିତ କରିପାରିବ। ଯାହା ପରବର୍ତ୍ତୀ ସମୟରେ ବିମାନ ବନ୍ଦର ଏଟିସି (Bhubaneswar Airport ATC Unit) ଦାୟିତ୍ୱରେ ରହୁଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ଉପରେ କାର୍ଯ୍ୟ ଭାର ହ୍ରାସ କରିବ। ଏହା ମଧ୍ୟ ବିମାନ କ୍ଷମତାକୁ ଉନ୍ନତ କରିବ ଏବଂ ଟ୍ରାଫିକ ପରିଚାଳନାରେ ବିଳମ୍ବକୁ ହ୍ରାସ କରିବ। ଏହାର ଏୟାର ସ୍ପେଶ ମ୍ୟାନେଜମେଣ୍ଟ ସିଷ୍ଟମ୍ (Air Space Management System) ଏବଂ ସୁରକ୍ଷା ବୈଶିଷ୍ଟ୍ୟ (Safety Feature) ରହିଛି ବୋଲି ନିର୍ଦ୍ଦେଶକ କହିଛନ୍ତି।


ବିଜୁ ପଟ୍ଟନାୟକ ବିମାନବନ୍ଦର ଅଧିକାରୀ (Biju Patnaik International Airport Official) କହିଛନ୍ତି ଯେ ଭୁବନେଶ୍ୱର ଏୟାରପୋର୍ଟ ଠାରେ ୪୬ ପ୍ରସ୍ଥାନ ଏବଂ ସମାନ ଆଗମନ ସହିତ ଦୈନିକ ୧୪ ହଜାରରୁ ଅଧିକ ଯାତ୍ରୀ ଯାତ୍ରା କରିଥାନ୍ତି। ବର୍ତ୍ତମାନ ଅସ୍ୱାଭାବିକ ପାଣିପାଗ ଭଳି ଜରୁରୀକାଳୀନ ପରିସ୍ଥିତିରେ ମାର୍ଗ ବଦଳା ଯାଇଥିବା ବିମାନ ବିପିଆଇଏ ଠାରେ ଅବତରଣ କରିବାକୁ ସମର୍ଥ ହେବ।


ବିଶେଷ କରି ରାତି ସମୟରେ ଏଟିସି ଠାରେ ବିମାନ ଚଳାଚଳ ସଂଖ୍ୟା ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି। ଏହି ସମସ୍ତ ଆହ୍ୱାନକୁ ସହ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏକ ନୂତନ ଏଟିସି ଟାୱାର ଆବଶ୍ୟକ ରହିଥିଲା। ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ, ବିପିଏଆଇ ନୂତନ ଏଟିସି ଟାୱାର (BPIA New ATC Tower) ଠାରେ ବିମାନବନ୍ଦରର ପୃଷ୍ଠଭୂମି ଗତି ମାର୍ଗଦର୍ଶନ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା (Airport Surface Movement Guidance and Control System) ମଧ୍ୟ ରହିବ।