ଭୁବନେଶ୍ଵର: ହାତ ଛାଡ଼ିଲେ ବିଜୟ ପଟ୍ଟନାୟକ। ଆଜି ଶ୍ରୀ ପଟ୍ଟନାୟକ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇଛନ୍ତି। ନିର୍ବାଚନ ପୂର୍ବରୁ ବିଜୟଙ୍କୁ ପ୍ରଥମେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା ଓ ପରେ ତାଙ୍କୁ ଏହି ଦାୟିତ୍ୱରୁ କାଢ଼ି ଦିଆଯାଇଥିଲା। 


COMMERCIAL BREAK
SCROLL TO CONTINUE READING

କଂଗ୍ରେସରୁ ଇସ୍ତଫା ଦେବା ପରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳରେ ମୋର କୌଣସି ପ୍ରେଷ୍ଟିଜ୍ ନାହିଁ। ଏପରିକି ଦଳରେ ମୋର କୌଣସି ସ୍ଥାନ ନାହିଁ। ଏଣୁ ମୁଁ ଅନୁଭବ କଲି ଦଳ ପାଇଁ ମୁଁ ବ୍ୟବହାରଯୋଗ୍ୟ ନୁହେଁ ତେଣୁ ଇସ୍ତଫା ଦେଉଛି। ଏଥିସହିତ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିଛନ୍ତି। ଅନ୍ୟ କୌଣସି ଦଳକୁ ଯିବାର ନାହିଁ, ଲୋକଙ୍କ ପାଖକୁ ଯିବି। ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସେବା କରିବାର ଅଛି। 


ସୂଚନାଯୋଗ୍ୟ ଯେ, ଗତବର୍ଷ ଫେବ୍ରୁଆରି ୧୦ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ। ଏହି ସମୟରେ କଂଗ୍ରେସର ସାଂଗଠନିକ ସଂପାଦକ କେ.ସି ଭେନୁଗୋପାଳ, ଏଆଇସିସି ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ତତ୍‌କାଳୀନ ପିସିସି ସଭାପତି ପଟ୍ଟନାୟକ ଶରତ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଉପସ୍ଥିତ ଥିଲେ।