ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଯାଜପୁର ବିଂଝାରପୁର ମଧୁସୂଦନ ଗାଁର ପିହୁ ନିଖୋଜ ମାମଲାରେ ନ୍ୟାୟ ପାଇଁ ନିକଟସ୍ଥ ଥାନାଠୁ ଆରମ୍ଭ କରି ଜିଲ୍ଲାପାଳ, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ଲାଭ ନମିଳିବାରୁ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ ପିହୁର ମାଆ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ଅଧା ରାସ୍ତାରୁ ତାଙ୍କୁ ଟେକିନେଇଛି ପୋଲିସ । 


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ସମ୍ୱଲପୁର ଆସୁଥିବା ଖବର ପାଇ ପିହୁର ମାଆ ସେଠାକୁ ଯାଇ ନ୍ୟାୟ ପାଇବା ପାଇଁ ଆଶା ରଖିଥିଲେ । ସେଥିପାଇଁ ସେ ଢେଙ୍କାନାଳ ରାସ୍ତାରେ ସମ୍ୱଲପୁର ଯାଉଥିଲେ । କିନ୍ତୁ ଏ ସମ୍ପର୍କରେ ଖବର ପାଇ ଢେଙ୍କାନାଳ ଗୋବିନ୍ଦପୁର ପୋଲିସ ତାଙ୍କୁ ଅଟକ ରଖିଥିଲା । ଦୀର୍ଘ ୫ ଘଣ୍ଟା ଧରି ପୋଲିସ ପିହୁର ମାଆଙ୍କୁ ପଚରାଉଚରା କରିଥିଲା । ୨୦୨୦ ଅଗଷ୍ଟ ୯ରୁ ନିଖୋଜ ହୋଇଥିବା ପିହୁର ଠିକଣା କାହିଁକି ପୋଲିସ ପାଉନି ସେନେଇ ପିହୁର ମାଆ ପ୍ରଶ୍ନ କରିଥିଲେ । ପୂର୍ବରୁ ଏନେଇ ଡିସେମ୍ୱର ୧୫ରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଅନଶନରେ ବସିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା ।


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- ନୂଆ ବ୍ୟବସାୟ କରିବେ କି ବାବା ରାମଦେବ? ଏହି କମ୍ପାନୀକୁ କିଣିବେ ବୋଲି ଚର୍ଚ୍ଚା