Odisha News: ସପ୍ରସଙ୍ଗ ସରକାରକୁ ଘେରିବାକୁ ପ୍ରସ୍ତୁତ ହେଲା ବିଜେଡି କହିଲା `ଇତିହାସର ପୁନାରାବୃତ୍ତି କରିଛନ୍ତି ବିଜେପି ସରକାର`
ଭୁବନେଶ୍ୱର: ଆସନ୍ତା କାଲି ସମ୍ବିଧାନର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ସଂସଦର କାର୍ଯ୍ୟକୁ ମୁଲତବୀ ରଖାଯାଇଥିବା ବେଳେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବ। ସରକାର ବିଭିନ୍ନ ଜନହିତକାରୀ ବିଧେୟକ ସହ ଅତିରିକ୍ତ ବଜେଟ୍ ପାରିତ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ମୁଖ୍ୟ ବିରେ
Odisha News: ଭୁବନେଶ୍ୱର: ଆସନ୍ତା କାଲି ସମ୍ବିଧାନର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ଲାଗି ସଂସଦର କାର୍ଯ୍ୟକୁ ମୁଲତବୀ ରଖାଯାଇଥିବା ବେଳେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବ। ସରକାର ବିଭିନ୍ନ ଜନହିତକାରୀ ବିଧେୟକ ସହ ଅତିରିକ୍ତ ବଜେଟ୍ ପାରିତ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ମୁଖ୍ୟ ବିରୋଧୀଦଳ ଆସନରେ ବସିଥିବା ବିଜେଡି ସରକାରଙ୍କୁ ପ୍ରତି ପାଦରେ ସମାଲୋଚନା କରିବାକୁ ଅଣ୍ଟା ଭିଡ଼ିଛି। ଏଥିଲାଗି ସମସ୍ତ ପ୍ରସଙ୍ଗ ଏକାଠି କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ଦଳ।
ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ସରକାରଙ୍କୁ ବିଧାନସଭାରେ କିପରି ଲୋକାଭିମୁଖୀ ପ୍ରସଙ୍ଗ ପ୍ରତି ସଚେତନ କରାଯିବ ତାହାକୁ ନେଇ ମାନସମନ୍ଥନ କରାଯାଇଥିଲା। ବରିଷ୍ଠ ନେତାମାନଙ୍କ ସୈ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ। ଏହାପରେ ଦଳର ବରିଷ୍ଠ ନେତା ଅରୁଣ ସାହୁ ଏବଂ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଦଳର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି।
ଶ୍ରୀ ସାହୁ କହିଛନ୍ତି, ‘ବିଜୁ ଜନତା ଦଳ ବିଧାୟକ ଦଳ ବୈଠକରେ ଓଡ଼ିଶା ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି। ଦୀର୍ଘ କାଳୀନ ବିଧାନସଭା ଅଧିବେଶନରେ କିପରି ଲୋକଙ୍କ ସ୍ୱର ଶାଣିତ କରିବା ପାଇଁ ଚେଷ୍ଟା ହେବ। ବିଭିନ୍ନ ସଂକଳ୍ପ ଆଣିବା ହେଉ ବା ଶୂନ୍ୟକାଳ ହେଉ ଅଥବା ଖର୍ଚ୍ଚଦାବି ଆଲୋଚନା ସମୟରେ ବିଭିନ୍ନ ପ୍ରସଙ୍ଗକୁ ଉତ୍ଥାପନ କରିବ ବିଜେଡି’।
ସରକାର ଯେଉଁ ବିଲ ଆଣିବେ ତାହା ଜନ ହିତକର କି ଜନ ବିରୋଧି ସେ ସମ୍ପର୍କରେ ମତ ରଖିବେ। ଓଡ଼ିଶାରେ ସେମାନେ ୬ ମାସର ସରକାର ହୋଇଥାଇପାରନ୍ତି କିନ୍ତୁ ଭାରତରେ ସେମାନେ ୧୧ ବର୍ଷର ସରକାର। ଏଣୁ ଓଡ଼ିଶା ପ୍ରତି ଅବହେଳା ଓ ଜନବିରୋଧୀ ନୀତି ଯୋଗୁ ଲୋକେ ପ୍ରଭାବିତ ହୋଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।
ବିଜେଡି ପକ୍ଷରୁ କୁହାଯାଇଛି, ଡବଲ ଇଞ୍ଜିନ ସରକାରର ଡବଲ ଶୋଷଣ ହେଉଛି। ଗୋଟିଏ ପଟେ ସୁବିଧା ଅନ୍ୟପଟେ ଶୋଷଣ ଯୋଗୁ ଲୋକେ ପ୍ରଭାବିତ ହେଉଛନ୍ତି। ଲୋକଙ୍କ ଜୀବନଜୀବୀକା, ଓଡ଼ିଆ ଅସ୍ମିତା ଲାଗି ବିଜୁ ଜନତା ଦଳ ଅହରହ ସଂଗ୍ରାମ କରିବ। ଏ ଯେତେସବୁ କଥା ଅଛି ତା ଉପରେ ଦୃଢ଼ ମତ ରଖିବେ।
ସମସ୍ତ ବିଧାୟକ ଉପସ୍ଥିତ ରହିବେ। ଓଡ଼ିତଶା ବିଧାନସଭା ଇତିହାସରେ ବିରୋଧୀ ଦଳରେ ଏତେ ବିଧାୟକ କେବେ ନଥିଲେ। ଏଣୁ ଭାରତର ବର୍ଷରେ ବି ଏତେ ଶକ୍ତ ବିରୋଧୀ କେବେ ନାହାନ୍ତି। ଏଣୁ ଓଡ଼ିଶାକୁ ଆଗକୁ ନେବାକୁ ଯେମିତି କାମ ହେଉଥିଲା ସେଥିରୁ କେବେ ପଛକୁ ଫେରିବ ନାହିଁ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବା ପରେ କେଉଁ ପ୍ରସଙ୍ଗରେ ଦଳ ବିଧାନସଭାରେ ଜନ ସାଧାରଣଙ୍କ ଉଦସ୍ବେଗକୁ ପ୍ରକାଶ କରିବ ସେ କଥା କହିଛନ୍ତି ବରିଷ୍ଠ ନେତା ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ‘ ସରକାର ଯାହା ପ୍ରତିଶୃତି ଦେଇ ଆସିଥିଲ ସେ ସେଥିରୁ କେତେ କାମ କରିଛନ୍ତି ତାହାର ହିସାବ ମଗାଯିବ। କିପରି ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ତାହା କୁହାଯିବ। ପିଲା ବିକ୍ରି, ଆମ୍ବ ଟାକୁଆ, ଗଣ ଦୁଷ୍କର୍ମ, ଚୋରି ଡକାୟତିରେ ଇତିହାସର ପୁନରାବୃତ୍ତି କରିଛନ୍ତି। ଯାହା ୨୪ ବର୍ଷରେ ଖଟି ନଥିଲା ତାହା ଏଇ ପାଞ୍ଚ ମାସରେ ଘଟିଛି। ବିରୋଧୀ ଦଳର ନେତା ସବୁବେଳେ ଲୋକଘଙ୍କ ପାଇଁ ଲଢ଼େଇ କରିଛନ୍ତି ଆମେ ଲଢ଼ିବୁ’ ବୋଲି କହିଛନ୍ତି ପ୍ରମିଳା।