Paribar Sampark Yatra: ୨୦୨୪ ନିର୍ବଚନ ପାଇଁ ଜୋରସୋରରେ ପ୍ରସ୍ତୁତ ହେଉଛି ବିଜେଡି। ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରତିଦିନ ନୂଆ ନୂଆ ଯୋଜନା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡ଼ିଛନ୍ତି ବଡ଼ ବଡ଼ ନେତାଙ୍କଠୁ କର୍ମୀ। ତେବେ ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଉଛି । ବିଭିନ୍ନ ଜିଲ୍ଲାରେ ବିଜେଡିର କର୍ମୀମାନେ ଘରେ ଘରେ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)ଙ୍କ ନିର୍ଦ୍ଦେଶରେ ଆଜି ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ତାରିଖ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ଜନତାଙ୍କ ଭଲ ମନ୍ଦ ବୁଝି ଆବଶ୍ୟକ ସ୍ଥଳେ ସହଯୋଗର ହାତ ବଢ଼ାଇବେ ବିଜେଡି ନେତା ଓ କର୍ମୀ ।ଆଉ ଦିନ କେଇଟା ପରେ ରାଜ୍ୟରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଘୋଷଣା ହୋଇପାରେ। ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଜୋରସୋରରେ ଲାଗି ପଡ଼ିଛି ।


ବିଜେଡି ପ୍ରତିଷ୍ଠା ଦିବସ(BJD Foundation Day)ରେ ଜାନୁଆରୀ ୨୩ରୁ ଜନସମ୍ପର୍କ ଅଭିଯାନ ଚଳାଇବାକୁ ଦଳ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ, ସ୍ଥାନୀୟ ନେତା(Local leaders), ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଏବଂ ଛାମୁଆ ସଂଗଠନ ନେତାମାନଙ୍କୁ ଦାୟିତ୍ଵ ଦିଆଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଶେଷ ଗୁରୁତ୍ବ ଦେଉଥିବାରୁ ଅଭିଯାନରେ ଦଳ ପୂରା ଦମ୍ ଲଗାଇବା ଆରମ୍ଭ କରିଦେଇଛି।


Also Read: Ayodhya Ram Mandir: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ତାମିଲନାଡୁ ସରକାରଙ୍କ ବିରୋଧରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ