ଭୁବନେଶ୍ଵର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡ଼ିହେବାକୁ ଦଳୀୟ କାର୍ଯ୍ୟକ୍ରମ କରିବ ବିଜେଡି। ଆଜି ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ବିଜୁ ଜନତା ଦଳର ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିବେ। ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ନବୀନଙ୍କ ଆହ୍ବାନ ଦେଇଛନ୍ତି। ପଦଯାତ୍ରା ସହ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଗତକାଲି ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆଗାମୀ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଏକ ମତାମତ ସଂଗ୍ରହ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ବୈଠକ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲା ସଭାପତିଙ୍କ ସମେତ ସମସ୍ତ ଜିଲାର ଛାତ୍ର ନେତୃତ୍ୱ ଯୋଗ ଦେଇଥିଲେ।


ଏହି ଅବସରରେ ଦଳର କର୍ମକର୍ତ୍ତା ମତାମତ ଦେବା ସହ କିପରି ଭାବେ ସୁଚାରୁ ରୂପେ ପ୍ରତି କ୍ୟାମ୍ପସରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ବ୍ୟାପକ ଭାବେ ସଫଳତାର ସହ ସମାପନ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ। ସମସ୍ତ କ୍ୟାମ୍ପସ ସ୍ତରରେ କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦେବା ସହ ପ୍ରତି କଲେଜରେ କିପରି ବ୍ୟାପକ ଭାବେ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପ୍ରତି ବିଜୁ ଛାତ୍ର ଜନତା ଦଳ ପଦକ୍ଷେପ ଗ୍ରହଣ କରିବ।