୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା, ଏବେବି ବଳବତ୍ତର ରହିଛି ଏହି ସବୁ କଟକଣା...
Advertisement
Article Detail0/zeeodisha/odisha2455609

୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା, ଏବେବି ବଳବତ୍ତର ରହିଛି ଏହି ସବୁ କଟକଣା...

Internet service in Bhadrak: ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟକୁ ନେଇ ସନ୍ଥିଆଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ସେହିପରି ଧାମନଗର ଥାନା ଘେରାଉ କରାଯାଇଥିଲା। ହିଂସା ରୋକିବାକୁ ସାରା ଜିଲ୍ଲାରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବାକୁ ପ୍ରଥମେ ୪୮ ଘଣ୍ଟା ବନ୍ଦ କରାଯାଇଥିବା ବେଳେ ଗତକାଲି ପୁଣି ଆଉ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆ ଯାଇଛି। ତେବେ ଜିଲ୍ଲାବାସୀ ଲିଜ୍ ଲାଇନ୍ ଇନ୍ ଇଣ୍ଟରନେଟ୍ ସେବା ପା ପାଉଛନ୍ତି।

୪ ଦିନ ପରେ ଭଦ୍ରକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍‌ ସେବା, ଏବେବି ବଳବତ୍ତର ରହିଛି ଏହି ସବୁ କଟକଣା...

ଭଦ୍ରକ: ଭଦ୍ରକ ଓ ଧାମନଗରରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଦୀର୍ଘ ୪ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସୁବିଧା। ଗତ ୨୭ ତାରିଖରେ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ନେଇ ଭଦ୍ରକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଇଣ୍ଟରନେଟ୍‌ ସେବା ସ୍ୱାଭାବିକ ହୋଇଥିଲେ ମଧ୍ୟ ୧୬୩ ଜାରି ରହିଛି।

ତେବେ କିଛି ଦିନ ପୂର୍ବେ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଅଶାନ୍ତ ହୋଇ ଉଠିଥିଲା ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ। ମାତ୍ର ସ୍ଥିତି ସାଂଘାତିକ ରୂପ ଧାରଣ କଲା। ଆନ୍ଦୋଳନକାରୀ ପୁଲିସ ଉପରକୁ ଆକ୍ରମଣ କରିବାରୁ ତିନି ଜଣ ପୁଲିସ ଅଧିକାରୀ ସହ କିଛି କର୍ମଚାରୀ ଆହତ ହୋଇଥିଲେ। 

ଅନ୍ୟପଟେ ଗତକାଲି ଭଦ୍ରକ ଧାମନଗର ଅଭିମୁଖେ ପୁଲିସ ଡିଜି ଓ୍ବାଇ.ବି ଖୁରାନିଆ ଯାଇଥିଲେ। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ସ୍ଥିତି ସମୀକ୍ଷା କରିଥିଲେ ଖୁରାନିଆ। ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ଆଲୋଚନା କରିବେ। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି। 

ସୂଚନା ମୁତାବକ: ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟକୁ ନେଇ ସନ୍ଥିଆଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଉପରକୁ ପଥର ମାଡ଼ ହୋଇଥିଲା। ସେହିପରି ଧାମନଗର ଥାନା ଘେରାଉ କରାଯାଇଥିଲା। ହିଂସା ରୋକିବାକୁ ସାରା ଜିଲ୍ଲାରେ ମୋବାଇଲ୍ ଇଣ୍ଟର୍‌ନେଟ୍ ସେବାକୁ ପ୍ରଥମେ ୪୮ ଘଣ୍ଟା ବନ୍ଦ କରାଯାଇଥିବା ବେଳେ ଗତକାଲି ପୁଣି ଆଉ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆ ଯାଇଛି। ତେବେ ଜିଲ୍ଲାବାସୀ ଲିଜ୍ ଲାଇନ୍ ଇନ୍ ଇଣ୍ଟରନେଟ୍ ସେବା ପା ପାଉଛନ୍ତି। ଭଦ୍ରକ ସହର ଓ ଧାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ଉଭୟ ସ୍ଥାନରେ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ୧୬୩ ରହିଥିବାବେଳେ ପୁଲିସ ଫୋର୍ସ ମଧ୍ୟ ଶାନ୍ତି ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୁଲିସ ପ୍ରଶାସନ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରୁଛି। ଗତକାଲି ସୁଦ୍ଧା ମୋଟ ୧୫ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୭ ଜଣଙ୍କୁ ଗିରଫ କରାଯାଇଛି।