ଭୁବନେଶ୍ଵର: ଦେଶବ୍ୟାପୀ ଭାରତୀୟ ଜନତା ପାର୍ଟି (ବିଜେପି)ର ସଦସ୍ୟତା ଅଭିଯାନ ଚଳିତ ବର୍ଷ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଚାଲୁ ରହିଛି। ଆଜିଠୁ ଆସନ୍ତା ୩୧ ଅକ୍ଟୋବର ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ।


COMMERCIAL BREAK
SCROLL TO CONTINUE READING

ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି ବୋଲି ଦଳର ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି। ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆସନ୍ତା ୨୧ରେ ଦଳର କେନ୍ଦ୍ରୀୟ କମିଟି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ।


ଅନ୍ୟପଟେ ଆସନ୍ତା ୧୭ତାରିଖରେ ହରିୟାଣାରେ ବିଜେପି ସରକାର ଗଢ଼ିବା ସହ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହାପରେ ଅପରାହ୍ନରେ ଚଣ୍ଡୀଗଡ଼ରେ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ। 


ଏଥିପାଇଁ ୧୬ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହରିୟାଣା ଅଭିମୁଖେ ଯିବେ। ଚଣ୍ଡୀଗଡ଼ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖରେ ଇଣ୍ଡିଆନ କେମିକାଲ୍‌ସ ଆଣ୍ଡ ପେଟ୍ରୋକେମିକାଲ୍‌ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗଦେବେ। ଏହାପରେ ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ମୁମ୍ବାଇର ହୋଟେଲ ଓବେରୟରେ ଆଗାମୀ ଉତ୍କର୍ଷ ଓଡ଼ିଶା ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ। ୧୯ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ ବୋଲି ଜଣାପଡ଼ିଛି।