Odisha Election: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ଦୀର୍ଘ ପାଞ୍ଚ ଦଶଦ୍ଧି ର ଆନ୍ଦୋଳନ । ଏହି ନ୍ୟାର୍ଯ୍ୟ ଅଧିକାରର ଆନ୍ଦୋଳନ ର କଳା ପୃଷ୍ଠା ଗତ ଡ଼ିସେମ୍ବର ୧୨ ତାରିଖ ର ଘଟଣା ପରେ ଏହି ଐତିହାସିକ ଆନ୍ଦୋଳନରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ଲାଗିଲା ପରି ମନେ ହେଉଥିଲା। କିନ୍ତୁ, ଗତ ଜାନୁଆରି ମାସ ରେ କେନ୍ଦ୍ର ଆଇନ୍ ମନ୍ତ୍ରିଙ୍କ ବିବୃତି, କେତେକ ଗଣମାଧ୍ୟମରେ ଭୁଲ ଖବର ପ୍ରସାରଣ ଓ କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ର ସ୍ପଷ୍ଟୀକରଣ ପରେ ପୁଣି ଏହି ଆନ୍ଦୋଳନକୁ ନୂଆଁ ଦିଗ ମିଳିଥିଲା । ପାଉଁଶ ତଳେ ଥିବା ନିଆଁ କୁ ପୁଣି ବାଜିଥିଲା ପବନ, ଯାହା ଫଳରେ ଆନ୍ଦୋଳନର ଅଗ୍ନି ପ୍ରଜ୍ବଳଣର ବାଟ ଫିଟିଥିଲା । କେନ୍ଦ୍ର ମନ୍ତ୍ରୀ ଙ୍କ ବୟାନ ପରେ ଶାସକ ଦଳର ନେତାଙ୍କ ବୟାନ ଯେତିକି ହାସ୍ୟାସ୍ପଦ ସେତିକି ନିନ୍ଦନୀୟ ।ଡିସେମ୍ବର ୧୨ ର ଘଟଣା ପରେ ପୋଲିସର ବର୍ବରତା, ଆଇନଜିବୀ ଓ ସଧାରଣ ଜନତା ଙ୍କ ଉପରେ କରାଯାଇଥିବା ଅକଥନୀୟ ଅତ୍ୟାଚାର ବିରୁଦ୍ଧରେ ମୁଁହ ଖୋଲି ନଥିବା ନେତା ଆଜି କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି । ସେ ଅଭିଶପ୍ତ ମୁହୂର୍ତ୍ତ ରେ ଆଇନଜୀବୀମାନଙ୍କୁ ଗିରଫ କରି ଜେଲ ରେ ପୁରେଇ ଦିଆଗଲା ।


COMMERCIAL BREAK
SCROLL TO CONTINUE READING

୫୦ ରୁ ଉର୍ଦ୍ଧ୍ବ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରାଗଲା । ଏମିତି କି ଯେଉଁ ବରିଷ୍ଠ ଆଇନଜୀବୀ ମାନେ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ସାଧୁ ଉଦ୍ୟମ କରିଥିଲେ ସେମାନଙ୍କୁ ମଧ୍ୟ ଯାତନା ଦେଇ ଜେଲ ରେ ପୁରେଇ ଦିଆ ଯାଇଥିଲା । ରାଜ୍ୟ ସରକାର ଷଡଯନ୍ତ୍ର କରି ଜନଆନ୍ଦୋଳନକୁ ଭଣ୍ଡୁର କରି ପଶ୍ଚିମ ଓଡିଶାବାସୀଙ୍କର ସ୍ୱରକୁ ଚପେଇ ଦେବାର ଚକ୍ରାନ୍ତ କରିଛନ୍ତି । କାରଣ, ଅଞ୍ଚଳର ସମସ୍ତ ପ୍ରମୁଖ ଓ ନ୍ୟାର୍ଯ୍ୟ ଦାବୀର ସ୍ୱର ଉତ୍ତୋଳନ ର ଜନଆନ୍ଦୋଳନ ସମୟ ରେ ଓକିଲ ସଙ୍ଘ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଇନଜୀବୀଙ୍କ ବିରୁଦ୍ଧରେରେ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ କରି ସାଧାରଣ ଜନତାଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିବାର ଅପଚେଷ୍ଟା କରିଥିଲେ।


ବାରମ୍ବାର କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରକୁ ପତ୍ର ଲେଖାଯାଇ ଅନୁରୋଧ କରାଗଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପ୍ରେରେଣ କରି ନାହାଁନ୍ତ । ବିଗତ ପାଞ୍ଚ ଦଶନ୍ଧିର ଏହି ଐତିହାସିକ ଆନ୍ଦୋଳନର ୨୪ ବର୍ଷ ଏଇ ସରକାର ଙ୍କ କାର୍ଯ୍ୟକାଳ ଭିତର ସଂଗ୍ରାମଯାତ୍ରା ଅତିବାହିତ ହୋଇ ସାରିଲାଣି । ଏଥିରୁ ରାଜ୍ୟ ସରକାର ଙ୍କ ର ଏ ଦିଗରେ ଆନ୍ତରିକତା କେତେ ତାହା ସ୍ପଷ୍ଟ ପ୍ରମାଣିତ ହୋଇ ସାରିଛି ।ଏହି ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଡ଼.ରଥ ।ବାର ବାର କେନ୍ଦ୍ର ସରକାର ଅନୁରୋଧ କରିବା ସତ୍ୱେ ରାଜ୍ୟ ସରକାର କାହିଁକି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଲେ ନାହିଁ..?ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରି ମାନ୍ୟବର ହାଇ କୋର୍ଟ ଙ୍କ ମତାମତ ମାଗିଲେ ନାହିଁ କାହଁକି...?


ଏଥି ପାଇଁ ୨୪ ବର୍ଷ ର ଶାସନ କାଳଖଣ୍ଡ ଯଥେଷ୍ଟ ନୁହେଁ କି ? ?ଡିସେମ୍ବର ୧୨ ତାରିଖ ଅଘଟଣ ପରେ ଶାସକ ଦଳ ର ନେତା ମନ୍ତ୍ରୀ ମାନେ କେଉଁଠି ଉଭାନ ହୋଇ ଯାଇ ଥିଲେ..?ପଶ୍ଚିମ ଓଡିଶାବାସୀ ଙ୍କ ନ୍ୟାୟଚିତ ଦାବୀ ପାଇଁ ଏହା କୁଠାରଘାତ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରମୋଦ ?