Odisha Crime: କ୍ରୋଧ ଆଗରେ ବଳି ପଡ଼ିଛି ସମ୍ପର୍କ। ରାଗି ଯାଇ ଭାଇ ଭୁଲିଗଲା ଭାଇକୁ। ପ୍ରେମ ଓ ପାରିବାରିକ କଳହକୁ ନେଇ ମାଉସୀ ପୁଅ ଭାଇକୁ ଭୁଜାଲି ମାରିଲା ଭାଇ। ଏଭଳି ଏକ ଘଟଣା ଗତ ସୋମବାର ଦିନ GMU ପଛ ପଟ ରାସ୍ତାରେ ଘଟିଛି। ସେଦିନ ସମୟ ୧୧ ଟା ପାଖାପାଖି ସେଇ ରାସ୍ତା ଦେଇ ରାଜେନ୍ଦ୍ର ମେହେର ନାମକ ଜଣେ ଯୁବକ ଯାଉଥିବା ବେଳେ ତାଙ୍କ ମାଉସୀ ପୁଅ ଭାଇ ବଲାଙ୍ଗିର( Balangir)ଜିଲ୍ଲା ଦାନୀ ପାଲିର ଶ୍ରବଣ ରୋହିଦାସ ଓ ତାର ଦୁଇ ସାଙ୍ଗ ଚନ୍ଦ୍ରକାନ୍ତ ରୋହିଦାସ ଓ ଆଉ ଜଣେ ନାବାଳକ ମିଶି ତାଙ୍କ ଛାତିକୁ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ସମସ୍ତ ଆକ୍ରମଣକାରୀ। ସେପଟେ ଏପରି ଗମ୍ଭୀର ଅବସ୍ଥାରେ ରାଜେନ୍ଦ୍ରଙ୍କୁ ତୁରନ୍ତ ସଦର ହସ୍ପିଟାଲରେ ଭର୍ତି କରାଯାଇଥିଲା। ଗୁରୁତର ହେବାରୁ ତାଙ୍କୁ ବୁର୍ଲା ନିଆଯାଇଥିଲା। ଏବେ ତାଙ୍କର ସ୍ଥିତି ଠିକ ଥିବା ସୂଚନା ଦେଇଛି ପୋଲିସ। ଏହି ସୂଚନା ପୋଲିସ ପାଇବା ପରେ ସେଇ ସୋମବାର ଦିନ ଅପରାହ୍ନରେ ପ୍ରଥମେ ଶ୍ରବଣ ରୋହିଦାସକୁ ଧରିଥିଲା ପରେ ଶ୍ରବଣଙ୍କ ସୂଚନା ଆଧାରରେ ଚନ୍ଦ୍ରକାନ୍ତ ଓ ନାବାଳକକୁ ଗିରଫ କରିଛି ପୋଲିସ।