ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବିରୋଧ କରି ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆରମ୍ଭ କରାଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (Biju Swasthya Kalyan Yojna) ଏବେ ତାହାର କାୟା ବିସ୍ତାର କରିବାରେ ଲାଗିଛି। ଆସନ୍ତା କାଲିଠାରୁ ଏହି ଯୋଜନାର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଏହି ଯୋଜନାରେ ଖୁବ୍‍ ଶୀଘ୍ର ସହରାଞ୍ଚଳ ଓ ସରକାରୀ କର୍ମଚାରୀଙ୍କୁ ବି ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‍।


COMMERCIAL BREAK
SCROLL TO CONTINUE READING

କଟକ ମହାନଦୀ ପଠାରେ ଆୟୋଜିତ ଏକ ସଭାରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପର୍ଯ୍ୟାୟକ୍ରମେ  ବିଏସକେଓ୍ବାଇ- ନବୀନ କାର୍ଡ ପାଇବେ ।  


ଗ୍ରାମାଞ୍ଚଳରେ ସମସ୍ତଙ୍କୁ ବିଏସକେଓ୍ବାଇ ନବୀନ କାର୍ଡ ପ୍ରଦାନ ଲାଗି ଆସନ୍ତାକାଲିଠୁ ଅନଲାଇନରେ ପଂଜୀକରଣ ଆରମ୍ଭ ହେବାକୁ ଯାଉଛି। ଏହି ପଞ୍ଜିକରଣ ଚଳିତମାସ ୧୬ ତାରିଖ ଯାଏଁ ଚାଲିବ । ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ 5T ଅଧ୍ୟକ୍ଷ  ସୂଚନା ଦେଇଛନ୍ତି।