Accident News: (Abhay Mohanty) ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା, ରାସ୍ତାରେ କ୍ରିଷ୍ଣା ନାମକ ବସ ଦୁର୍ଘଟଣା ଗ୍ରସ୍ତ। ଜାତୀୟ ରାଜପଥ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଓଲଟିଲା ବସ। ୫୭ରୁ ଅଧିକ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିଲା ବେଳେ ଉଦ୍ଧାର କଲେ ପୋଲିସ, ଅଗ୍ନିଶମ ବାହିନୀ, ସ୍ଥାନୀୟ ଲୋକେ। ଜଣେ ମହିଳା ସମେତ ୪ ମୃତ, ୨୦ରୁ ଅଧିକ ଗୁରୁତର , କିଛି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ କିଛି ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ। 


COMMERCIAL BREAK
SCROLL TO CONTINUE READING

ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ୬୦ନଂ ଜାତୀୟ ରାଜପଥ ମଧୁବନ ଢାବା ଅନତି ଦୂରରେ। ଶୁକ୍ରବାର ମଧ୍ୟ ରାତିରେ UP 51AT6297 ନଂ ବିଶିଷ୍ଠ କ୍ରୀଷ୍ଣା ନାମକ ଏକ ତୀର୍ଥ ଯାତ୍ରୀବସ ଉତ୍ତର ପ୍ରଦେଶର ରାଜ୍ୟ ସିର୍ଧାତ ନଗର ଅଞ୍ଚଳରୁ ୫୭ଜଣରୁ ଅଧିକ ତୀର୍ଥ ଯାତ୍ରୀଙ୍କୁ ନେଇ ଓଡିଶା ପୁରୀ ଅଭିମୁଖେ ଯାଉଥିବା ବେଳେ ମଧ୍ୟ ରାତି ପାଖାପାଖି ୧୨.୧୦ ସମୟରେ ଡ୍ରାଇଭର ବେପାରୁଆ ଗାଡି ଚାଳନା ଫଳରେ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଖସି ପଡ଼ିଥିଲା। ବସ ତଳେ ସମସ୍ତ ଯାତ୍ରୀ ଚାପିହୋଇ ଯାଇଥିଲେ। 


ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ଵର ପୋଲିସ, ଅଗ୍ନିଶମ ବାହିନୀ,ସ୍ଥାନୀୟ ଲୋକମାନେ ପହଞ୍ଚି ବସ ଭିତରୁ ୫୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଗୁରୁତର ଭାବେ ଉଦ୍ଧାର ହୋଇଥିଲେ। ସେଥି ମଧ୍ୟରୁ ୧୭ରୁ ଅଧିକ ଗୁରୁତର ଯାତ୍ରୀଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ଆଉ କିଛି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜଣେ ମହିଳା ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଜଳେଶ୍ଵର ଆଇ, ଆଇ, ସି ରଞନ ସେଠୀ ଯୁଦ୍ଧ କାଳୀନ ଭିତରେ ନିଜେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି। ଜଳେଶ୍ଵର ଏସଡିପିଓ ଦିଲୀପ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।ଘଟଣାସ୍ଥଳରୁ ବସ ଡ୍ରାଇଭର ଓ ହେଲ୍ପର ଫେରାର ଅଛନ୍ତି।