Road Accident News: ଯାଜପୁର ମଧ୍ୟ ଦେଇ ଯାଇଥିବା ଏନ୍ଏଚ୍ ୧୬ ଛତିଆ ନିକଟରେ ବାଇକକୁ ଧକ୍କା ଦେଇଛି ବସ୍ । ଫଳରେ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଗୁରୁତର ଥିବା ସୂଚନା ମିଳିଛି । ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ଚକାଡୋଳା ବସ୍ । ବସ୍‌ରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ମିଳିଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ବିନିକା ଥାନା କଟାପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଚାଳକ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୁର୍ଲା ସ୍ଥାନାନ୍ତର ବେଳେ ଆଉ ଜଣଙ୍କର ମୃତ ହୋଇଛି । ସେହିପରି ଲକ୍ଷ୍ମୀପୁରରେ ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ୩୨୬ ଏନ୍ଏଚ୍ କଟ୍ରାକଣା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୨ ଜଣଙ୍କୁ କୋରାପୁଟ ମେଡିକାଲ ଓ ଜଣଙ୍କୁ ଲକ୍ଷ୍ମୀପୁର ସ୍ଥାନାନ୍ତର କରାଯାଇଛି । କେବଳ ସେତିକି ନୁହେଁ, କାମାକ୍ଷାନଗରରେ ଭାରସାମ୍ୟ ହରାଇ ଓଲଟିପଡିଛି ବ୍ୟାଣ୍ଡ୍ ପାର୍ଟି ଗାଡ଼ି । ଭସାଣି ପାଇଁ ଆସୁଥିବା ବେଳେ ଡିଭାଇଡରରେ ପିଟି ହେବା କାରଣରୁ ମ୍ୟୁଜିକାଲ ଟିମର ଗାଡି ଓଲଟି ପଡିଛି।  ଏଥିରେ ୫ ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଥିବା ଖବର ମିଳିଛି ।


Also Read- RG Kar case: ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଡାକିଲେ ବୈଠକ


Also Read- Petrol Diesel Price: ଅନେକ ସହରରେ କମିଲା ତୈଳ ଦର ! ଜାଣନ୍ତୁ କେଉଁଠି କେତେ ରେଟ୍