Odisha News: (ଅଜୟ କୁମାର ନାଥ)ରବିବାର ଦିନ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଗସ୍ତକୁ ନେଇ ବିଭିନ୍ନ ମହଲରେ ବିରୋଧାଭାସ ଦେଖିବାକୁ ମିଳିଛି। ନୂଆଁଖାଇ ହେଉଛି ପଶ୍ଚିମ ଓଡିଶାର ମୁଖ୍ୟ ଗଣପର୍ବ। ଏହି ଦିନ ଯିଏ ଯେଉଁଠି ରହିଥିଲେ ମଧ୍ୟ ନୁଆଁ ଖାଇବା ପାଇଁ ନିଜ ଘରକୁ ଫେରିଥାନ୍ତି। ଏହି ପର୍ବ ମୁଖ୍ୟତଃ କୃଷି ଭିତ୍ତିକ ହୋଇଥିବା ବେଳେ ଫସଲର ପ୍ରଥମ ଅନ୍ନ ନିଜ ଇଷ୍ଟଙ୍କ ପାଖରେ ସମର୍ପିତ କରି ପରିବାର ଏକାଠି ହୋଇ ନବାନ୍ନ ବା ନୁଆଁ ଖାଇଥାନ୍ତି। କିନ୍ତୁ ସେଦିନ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଏଭଳି କି ସମସ୍ତ ସରକାରୀ କଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କାର୍ଯ୍ୟରତ ରହିବେ। ତା ହେଲେ କିଭଳି ଭାବରେ ପରିବାର ସହିତ ନୁଆଁ ଖାଇବେ ବୋଲି ସାଧାରଣରେ ଏକ ଚାପା ଗୁଂଜରଣ ସୃଷ୍ଟି ହୋଇଛି।


COMMERCIAL BREAK
SCROLL TO CONTINUE READING

 ଏଭଳି ଏକ ପାରିବାରିକ ପର୍ବ ରେ କିଭଳି ଭାବରେ ଘର ଓ ନୂଆଁଖାଇ ଛାଡି ଜଣେ କର୍ତ୍ତବ୍ୟ ନିର୍ବାହ କରିବ ବୋଲି ପ୍ରଶ୍ନ ଉଠୁଛି। ସେଥିପାଇଁ କିଛି ଲୋକେ ମୁଖ୍ୟମନ୍ତ୍ରୀ ଙ୍କ ସମ୍ବଲପୁର ଗସ୍ତ କୁ ନେଇ ବିରୋଧ ର ସ୍ୱର ମଧ୍ୟ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀଙ୍କର ଏତେ ଇଛା ଅଛି ତା ହେଲେ ପ୍ରୋଟୋକଲରେ ନୁହଁ ସାଧାରଣ ଘରୁଆ ଲୋକ ପରି ଆସନ୍ତୁ। ନ ହେଲେ ଭୁବନେଶ୍ୱରରେ ନିଜ ଘରେ ନୁଆଁଖାଇ ପାଳନ କରି ଲୋକଙ୍କୁ ନୂଆଖାରର ବାର୍ତା ଦିଅନ୍ତୁ। କିନ୍ତୁ ନୂଆଁଖାଇ ଦିନ ସମ୍ବଲପୁର ଆସିବା ଫଳରେ ଅନେକ ଲୋକ ନୂଆଁଖାଇ ପାଳନ କରିବାରୁ ବଂଚିତ ହୋଇ ପାରନ୍ତି ବୋଲି କୁହାଯାଇଛି।


 ଆହୁରି ମଧ୍ୟ କୁହାଯାଇଛି ଯେ ପଶ୍ଚିମ ଓଡିଶାର ନେତା ବିଧାୟକ ମନ୍ତ୍ରୀ ମାନେ ଜାଣି ନାହାନ୍ତି ଯେ ନୂଆଁଖାଇ ଏକ ପାରିବାରିକ ପର୍ବ, ସେମାନେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରୁ ନାହାନ୍ତି ଓ ସମ୍ବଲପୁର କୁ ନିମନ୍ତ୍ରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୂଆଁଖାଇ ପାଇଁ ଆଠ ଓ ନଅ ତାରିଖ କୁ ଛୁଟି ଘୋଷଣା କରିଛନ୍ତି। ଯଦି ନୂଆଁଖାଇ ଦିନ କାଯ୍ୟରତ ରହିବେ ଅଧିକାରୀ କର୍ମଚାରୀ ତ ଛୁଟି ର କଣ ମହତ୍ୱ ରହିଲା ବୋଲି ମଧ୍ୟ କୁହାଯାଇଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କୁ ସାଧାରଣ ରେ ପରୋକ୍ଷ ଭାବରେ ବିରୋଧ କରା ଯାଉଛି ବୋଲି ଜଣାପଡୁଛି।