Odisha News: ମାଲକାନଗିରି ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ
Odisha News(ଭୁବନେଶ୍ୱର) : ମାଲକାନଗିରି ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏଥିନେଇ ସେ ଆଜି ଅପରାହ୍ଣରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ। ହେଲିକପ୍ଟର ଯୋଗେ ସେ ଅପରାହ୍ଣ ୩ଟାରେ ସେଠାରେ ପହଞ୍ଚିବେ ବୋଲି ସରକାରୀ ସୂଚନାରୁ ଜଣାପଡ଼ିଛି।
Odisha News(ଭୁବନେଶ୍ୱର) : ମାଲକାନଗିରି ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏଥିନେଇ ସେ ଆଜି ଅପରାହ୍ଣରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ। ହେଲିକପ୍ଟର ଯୋଗେ ସେ ଅପରାହ୍ଣ ୩ଟାରେ ସେଠାରେ ପହଞ୍ଚିବେ ବୋଲି ସରକାରୀ ସୂଚନାରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଏଠାରେ ଉପସ୍ଥିତ ରହିବେ। ଗଲା ସପ୍ତାହରେ ଲଗାଣ ବର୍ଷା ହେତୁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆସିଛି।
ଏବେ ବନ୍ୟା ଜଳ ପ୍ରଶମିତ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ବ୍ୟାପକ ରହିଛି। ଗଲା ଦୁଇଦିନ ହେଲା ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିବା ସହ କ୍ଷୟକ୍ଷତି ସମୀକ୍ଷା କରୁଛନ୍ତି। ବିପନ୍ନଙ୍କୁ ତତ୍କ୍ଷଣାତ୍ ସହାୟତା ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏବାବଦରେ ବିଧାନସଭାରେ ମଧ୍ୟ ସମୀକ୍ଷା କରିଥିଲେ। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ବାହିନୀର ଉପସ୍ଥିତି ନିଶ୍ଚିତ କରିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ସେ ଆଦେଶ ଦେଇଥିଲେ।